Saturday, April 19, 2025
40.3 C
Odisha

    “ ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିପାରେ ବ୍ୟାନ ”

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଥମିବ କି ଯାତ୍ରା ପାର୍ଟି ବିବାଦ ? କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଆସିଛି ଭଲ ଖବର। ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିପାରେ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ ଯାତ୍ରା ବିବାଦ ସମାଧାନ ହେବ । କଳାକାରଙ୍କ ପାଟିରେ ବାଡ଼ବତା ରହୁ, ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ ବୋଲି କହିଛନ୍ତି ଯାତ୍ରା ମାଲିକ ସଂଘର ଉପସଭାପତି ପବିତ୍ର ପାତ୍ର । ଖୁବଶୀଘ୍ର ଯାତ୍ରା କଳାକାର ଓ ଯାତ୍ରା ମାଲିକ ସଂଘ ମଧ୍ୟରେ ଥିବା ବିବାଦର ସମାଧାନହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ତୁରନ୍ତ ବୈଠକ ହେବ ଏବଂ ଯବନିକା ପଡ଼ିବ ବୋଲି ପବିତ୍ର କହିଛନ୍ତି ।

    ଏପଟେ ଯାତ୍ରା ଅଭିନେତାଙ୍କୁ ଟାର୍ଗେଟ କରିଛନ୍ତି ଯାତ୍ରା ପାର୍ଟି ପରିଚାଳକ ।  ଯାତ୍ରା ମାଲିକଙ୍କ ପ୍ରତି ଅଭିନେତା ବାପି ପଣ୍ଡା ଦେଇଥିବା ମନ୍ତବ୍ୟକୁ ଯାତ୍ରା ପରିଚାଳକ ନିନ୍ଦା କରିଛନ୍ତି ।  ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଅପେରାର ମୁଖ୍ୟ ପରିଚାଳକ ଜଗତଜୀବନ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ବାପିଙ୍କ ଉପରେ ବର୍ଷିଛନ୍ତି ।  କଳାକାରଙ୍କୁ ସିଧା ଦେଇଛନ୍ତି ଚେତାବନୀ । କହିଛନ୍ତି ଆଜି କ୍ଷମା ନ ମାଗିଲେ ଆସନ୍ତାକାଲି ରଙ୍ଗ ପାଉଡର ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ । ଏଭଳି ଢଙ୍ଗରେ ଯାତ୍ରା କର୍ମଚାରୀ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କୁ ଚେତାବନୀ ଦେଇଛନ୍ତି ।  ଯାତ୍ରା କଳାକାର ସଂଘ ବାପି ପଣ୍ଡା ଗତକାଲି ଯାତ୍ରା ମାଲିକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପ୍ରତି ତୁରନ୍ତ କ୍ଷମା ପ୍ରାର୍ଥନା କରୁ ।  ଏପରିକି ବାପି ପଣ୍ଡାଙ୍କୁ ଚ୍ୟାଲେଞ୍ଜ କରି କେଉଁ କଳାକାର ଓ କର୍ମଚାରୀଙ୍କୁ ତାଙ୍କ ଯାତ୍ରା ପାର୍ଟି ପାରିଶ୍ରମିକ ଦେଇନାହାନ୍ତି ବୋଲି ସେନେଇ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ