Saturday, March 14, 2026
23.2 C
Odisha

    ନାବାଳିକା ଝିଆରିକୁ ଦୁଷ୍କର୍ମ, ଗର୍ଭବତୀ କରିବା ଅଭିଯୋଗରେ ପିଉସା ଗିରଫ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ନାବାଳିକା ଝିଆରିକୁ ଦୁଷ୍କର୍ମ । ଗର୍ଭବତୀ କରିବା ଅଭିଯୋଗରେ ସମ୍ପର୍କୀୟ ପିଉସା ଗିରଫ । ପିଉସା-ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଭାନୁପୁରରେ ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଥିଲେ ପରିବାର । ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଛି ।

    ଭାନୁପୁରରେ ଜଣେ ୧୩ ବର୍ଷ ବୟସର ନାବାଳିକାକୁ ତାଙ୍କର ସମ୍ପର୍କୀୟ ପିଉସା ଅଦ୍ବୈତ ମଣ୍ତଳ ମାଙ୍କଡ ଘଉଡ଼ାଇବା ବାହାନାରେ ଆସି ବାରମ୍ବାର ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ଏକଥା କାହା ଆଗରେ କହିଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲା ଅଭିଯୁକ୍ତ ପିଉସା । ଝିଅର ଶରୀର ଅସୁସ୍ଥ ହେବାରୁ ଘଟଣା ଜଣା ପଡିବା ପରେ ପିଡୀତାଙ୍କ ପରିବାର ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା ଜଣା ପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ