Friday, May 9, 2025
29.7 C
Odisha

    ନିଜ ମାଟିରେ ମାଟି କାମୁଡ଼ିଲା ଟିମ୍ ଇଣ୍ଡିଆ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନିଜ ମାଟିରେ ମାଟି କାମୁଡ଼ିଲା ଟିମ୍ ଇଣ୍ଡିଆ ।ମ୍ୟାଚ ହାରିଲେ, ସିରିଜ ବି ହାରିଲେ । ଦୀର୍ଘ ୨୪ ବର୍ଷ ପରେ ହ୍ବାଇଟ୍ ୱାସ୍ ହୋଇଛି ଭାରତ । ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଭାରତକୁ ଭାରତ ମାଟିରେ ୨-୦ରେ ଟେଷ୍ଟ ସିରିଜ ଜିତିଥିଲା । ଏବେ ୩-୦ରେ ତିନିଟିକିଆ ଟେଷ୍ଟ ସିରିଜକୁ ପୋଛିନେଇଛି ନ୍ୟୁଜିଲାଣ୍ଡ । ଏଥିସହ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଭାରତ ୨ ନମ୍ବରକୁ ଖସିଆସିଛି । ଅଷ୍ଟ୍ରେଲିଆ ପୂର୍ବରୁ ୨ ନମ୍ବରରେ ଥିବାବେଳେ ଏବେ ଶୀର୍ଷ ସ୍ଥାନ ହାସଲ କରିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଜିତିବା ପାଇଁ ଭାରତ ଆଗରେ ଥିଲା ୧୪୭ ରନ୍ ବିଜୟଲକ୍ଷ୍ୟ । ରିଷଭ ପନ୍ତ ଏକାକୀ ଲଢୁଆ ୬୪ ରନ୍ କରିଥିଲେ । କିନ୍ତୁ ଅନ୍ୟ କୌଣସି ବ୍ୟାଟସମ୍ୟାନ କିୱି ସ୍ପିନରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଭାରତୀୟ ବଂଶୋଦ୍ଭବ ଆଜାଜ୍ ପଟେଲ ଧୂଆଁଧାର ବୋଲିଂ କରି ୬ ୱିକେଟ୍ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    52 %
    2kmh
    100 %
    Thu
    29 °
    Fri
    38 °
    Sat
    39 °
    Sun
    41 °
    Mon
    42 °

    ସମ୍ବନ୍ଧିତ