Sunday, October 11, 2026
30.5 C
Odisha

    ନିର୍ବାଚନ ପୂର୍ବରୁ ଲାଲୁ ଅଧିକ ସକ୍ରିୟ: ବିଜେପି-ନୀତୀଶ ଚିନ୍ତାରେ

    ଆଗକୁ ପଢନ୍ତୁ

    ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ଏକ ବର୍ଷ ବାକି ଅଛି। କିନ୍ତୁ ରାଜ୍ୟରେ ରାଜନୈତିକ ପରିବେଶରେ ଅତ୍ୟଧିକ ଉଷ୍ଣତା ବୃଦ୍ଧି ପାଇଛି। ବିହାରର ରାଜନୈତିକ ଚାଣକ୍ୟ କୁହାଯାଉଥିବା ଲାଲୁ ପ୍ରସାଦ ଯାଦବ ଏଥର ଅଧିକ ସକ୍ରିୟ ଥିବା ଜଣାପଡିଛି। ଲାଲୁ ପ୍ରସାଦ ଯାଦବ ଅଧିକ ସକ୍ରିୟ ହେବା ବିଜେପି ଏବଂ ନୀତୀଶ କୁମାରଙ୍କ ପାଇଁ ସର୍ତକ ଘଣ୍ଟି ଭଳି ସାବ୍ୟସ୍ତ ହୋଇଛି। ବିଜେପି ସହିତ ନୀତୀଶଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବିହାରରେ ବିଧାନସଭା ନିର୍ବାଚନ ସମୟ ବାକି ଥିଲେ ମଧ୍ୟ ରାଜ୍ୟର ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବିଭିନ୍ନ ରାଜନନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହା ମଧ୍ୟରେ, ବେଳେବେଳେ ନୀତୀଶ କୁମାରଙ୍କ ୟୁ-ଟର୍ନର ଖବର ରାଜ୍ୟର ରାଜନୈତିକ ବାତାବରଣକୁ ଅଧିକ ଉଷ୍ଣ କରୁଛି। ତେଜସ୍ୱୀ ଯାଦବଙ୍କ କଡ଼ା ଭାଷଣ ଯୋଗୁ ନୀତୀଶ କୁମାର ଏବଂ ବିଜେପି ଚିନ୍ତାରେ ରହିଛନ୍ତି। ଏସବୁ ମଧ୍ୟରେ, ଲାଲୁ ଯାଦବ ଅତିରିକ୍ତ ସକ୍ରିୟ ହେବା କିଛି ଅଲଗା ସୂଚାଉଛି।

    ବାସ୍ତବରେ ଚଳିତ ବର୍ଷ ନଭେମ୍ବର ମାସରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୫ବର୍ଷର ଆରମ୍ଭ ସହିତ ସମସ୍ତ ଦଳ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦଳ ଏବଂ ସଂଗଠନକୁ ମଜବୁତ କରାଯାଉଛି ଏବଂ ନିର୍ବାଚନ ରଣନୀତି ସ୍ଥିର କରାଯାଉଛି। ଏହି ସମୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ବିହାର ରାଇଟ୍ ଟର୍ଣ୍ଣ ନେବ. ଅବକି ବାର୍ ତେଜସ୍ୱୀ ସରକାର ସ୍ଲୋଗାନ ଦେଇଛନ୍ତି।

    ଲାଲୁ ପ୍ରସାଦ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଏଥର ଠିକ୍ ଚୟନ କରି ପରିବର୍ତ୍ତନ ଆଣ! ଦୁର୍ନୀତିର ସେତୁ ଭୁଶୁଡ଼ିବାକୁ ଯାଉଛି। ରାଜ୍ୟରେ ବେକାରୀ, ଦାରିଦ୍ର୍ୟତ‌ା, ଅପରାଧ, ସ୍ଥାନାନ୍ତରଣ, ବଢୁଛି।ଆମ ବିହାର ଆଜି କ୍ରନ୍ଦନ କରୁଛି। ଯୁବର୍ଗମାନଙ୍କୁ ରୋଜଗାର, ମା ଏବଂ ଭଉଣୀମାନଙ୍କୁ ସମ୍ମାନ, ବିଧବାମାନଙ୍କୁ ସମ୍ମାନ, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ ସହାୟତା, ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ମାଧ୍ୟମରେ ଘରକୁ ଆଲୋକିତ କରନ୍ତୁ।

    ଲାଲୁ ପ୍ରସାଦ ତାଙ୍କ ପୋଷ୍ଟ ସହିତ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ନୀତୀଶ କୁମାରଙ୍କ ଶାସନ ଏବଂ ତେଜସ୍ୱୀଙ୍କ ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ରାଜ୍ୟବାସୀଙ୍କୁ କହିଛନ୍ତି ଯେ, ରାଇଟ୍ ଟର୍ଣ୍ଣ ନେବାକୁ ସମୟ ଆସିଛି। ପୋଷ୍ଟରରେ ଦୁଇଟି ରାସ୍ତା ଦେଖାଯାଇଛି। ନୀତୀଶଙ୍କ ପଥରେ ବେକାରୀ, ଭୁଶୂୁଡ଼ି ପଡ଼ିଥିବା ସେତୁ, ଅପରାଧ ଏବଂ ଖରାପ ରାସ୍ତା ଦେଖାଯାଇଥିବାବେଳେ ଅନ୍ୟ ପଟେ ତେଜସ୍ୱୀଙ୍କ ପଥ ଦେଖାଯାଇଛି, ସେଠାରେ ରାଇଟ୍ ଟର୍ଣ୍ଣ ସାଇନ୍ ବୋର୍ଡ ଅଛି।

    ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଲାଲୁ ନୀତୀଶ କୁମାରଙ୍କ ପାଇଁ ଆମ ଦ୍ବାର ଖୋଲା ବିବୃତି ଦେଇ ବିହାରର ରାଜନୈତିକ ଉଷ୍ଣତା ବୃଦ୍ଧି କରିଥିଲେ। ଏବେ ୧୮ ଜାନୁଆରୀରେ ଆରଜେଡିର ଏକ ବଡ଼ ବ‌ୈଠକ ଡକାଯାଇଛି। ମକର ସଂକ୍ରାନ୍ତି ଦିନ, ନୀତୀଶ କୁମାର ମକର ଚାଉଳ ଭୋଗ ଖାଇବାକୁ ଲାଲୁ ଯାଦବଙ୍କ ଘରେ ମଧ୍ୟ ପହଞ୍ଚିପାରନ୍ତି ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ