Monday, March 30, 2026
37.6 C
Odisha

    ନିଲମ୍ବିତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା SI

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା SIଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଭଦ୍ରକ ଏସପି ମନୋଜ ରାଉତ। ଏକ ମାମଲାର ତଦନ୍ତ ପାଇଁ ଅନ୍ୟ ଜଣେ ଯୁବକଙ୍କୁ ପଠାଇଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି।

    ସୂଚନା ମୁତାବକ, କଲେଇ ପଞ୍ଚାୟତ ରସିକବାଜ ଗ୍ରାମରେ ଜଣେ ମହିଳା ଶ୍ୱଶୁର ଘର ବିରୋଧରେ ଅଭିଯୋଗ କରିଥିଲେ। SI କାର୍ତ୍ତିକ ଜେନା ମାମଲାର ତଦନ୍ତକାରି ଅଧିକାରୀ ଥିଲେ। ଗତକାଲି ନିଜେ ନ ଯାଇ ତଦନ୍ତ ପାଇଁ ଖପରପଦା ଗ୍ରାମର ପିୟୁଷ ତ୍ରିପାଠୀ ନାମକ ଜଣେ ଯୁବକଙ୍କୁ ପଠାଇଥିଲେ। ସେ ତଦନ୍ତ କରିବା ସହ ୫ ହଜାର ଟଙ୍କା ଫୋନରେ ଦେବା ପାଇଁ କହିଥିଲେ। ସନ୍ଦେହ ହେବାରୁ ମହିଳା ଜଣକ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ମୁଖିଆ ଉକ୍ତ ଯୁବକଙ୍କୁ ପୋଲିସ ପରିଚୟ ପତ୍ର ମାଗିଥିଲେ। ସେ ଦେଖାଇ ନ ପାରିବାରୁ ତାଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ। ପୋଲିସ ପିୟୁଷକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷେ ପୋଲିସର ଘଟଣା ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହି ଘଟଣା ଏସପି ଜାଣିବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    37.6 ° C
    37.6 °
    37.6 °
    15 %
    1.5kmh
    43 %
    Mon
    38 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ