Sunday, October 18, 2026
23.2 C
Odisha

    ବେକରେ ଗାମୁଛା ବାନ୍ଧି ଝୁଲିପଡିଲେ ବି ଟେକ୍‌ ଛାତ୍ର

    ଆଗକୁ ପଢନ୍ତୁ

    ଗଞ୍ଜାମ : ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ ବାସିନ୍ଦା ବିଜୟ କୁମାର ମାଦଳାଙ୍କ ପୁଅ ସୁଧାକର ମାଦଳା(୨୦)ଙ୍କ ମୃତଦେହକୁ ଗତକାଲି ଅପରାହ୍ନରେ ପୋଲିସ ଜବତ କରିଥିଲା। ଏନେଇ ଏତଲା ହେବା ପରେ ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ଅପମୃତ୍ୟୁ ମାମଲା ନଂ.୪୧/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ। ସୁଧାକର ବ୍ରହ୍ମପୁର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି ଟେକ୍‌ ପଢୁଥିଲେ ବୋଲି ସୂଚନା ମିଳିଛି। କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଗତକାଲି ମଧ୍ୟାହ୍ନ ପ୍ରାୟ ୧ଟାରେ ମଧ୍ୟରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ