Tuesday, February 25, 2025
16.9 C
Odisha

    ନିହତ ୧୬ ନକ୍ସଲଙ୍କ ମଧ୍ୟରୁ ୧୨ ଜଣଙ୍କର ମିଳିଲା ପରିଚୟ

    ଆଗକୁ ପଢନ୍ତୁ

    ନୂଆପଡା: ନୂଆପଡା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ସୀମା କୁଲାରିଘାଟ ଜଙ୍ଗଲରେ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ଚଳପତି ସମେତ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା | ଏଥିମଧ୍ୟରୁ ୧୨ଜଣଙ୍କ ପରିଚୟ ମିଳିଛି | ବଡ କଥା ଯେ ମୃତକଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲା ନିଆଳି କୁଲାଶ୍ରୀର ବୋଲି ଜଣାପଡିଛି | ଏହି ନକ୍ସଲର ନାମ ଆଲୋକ ଓରଫ ମୁନ୍ନା ହୋଇଥିବାବେଳେ ତା ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା |

    ଅନ୍ୟ ନିହତ ମାଓବାଦୀଙ୍କ ମଧ୍ୟରେ ଗୁଡ଼ୁ, ବାଉରୀବନ୍ଧୁ, ସୁଖରାମ, ସତ୍ୟମ, ଶଙ୍କର, ରିଙ୍କି, ଯଇନି, କାଲା, ରାମୀ ଓ ବିଜୟ | ରିଙ୍କି, ଯଇନି, କାଲା, ରାମୀ ମହିଳା ମାଓବାଦୀ ହୋଇଥିବାବେଳେ ବାଉରୀବନ୍ଧୁ ଓ ସୁଖରାମ ଚଳପତିର ସୁରକ୍ଷାରେ ନିୟୋଜିତ ଥିଲେ | ମାଓ ନେତା ଚଳପତି ସମେତ ୭ ଜଣଙ୍କର ମୁଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା | ଏମାନଙ୍କ ମଧ୍ୟରୁ ବାଉରୀବନ୍ଧୁ ଜିଲ୍ଲା କମିଟି ମେମ୍ବର ଥିଲା, ତା ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା |

    ସତ୍ୟମ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା, ଗୁଡ଼ୁ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା | ମୃତ ୨ ମହିଳା ନକ୍ସଲ କାଲା, ରାମୀଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବାବେଳେ ବିଜୟ ବି କେନ୍ଦ୍ରୀୟ କମିଟି ସଦସ୍ୟ ଥିଲା | ତା ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.9 ° C
    16.9 °
    16.9 °
    68 %
    0.9kmh
    0 %
    Tue
    33 °
    Wed
    34 °
    Thu
    35 °
    Fri
    38 °
    Sat
    39 °

    ସମ୍ବନ୍ଧିତ