Tuesday, September 17, 2024
24.1 C
Odisha

    ନିୟମିତ ନିଜ ଡାଏଟ ସାମିଲ କରନ୍ତୁ ମୁଗଡାଲି

    ଆଗକୁ ପଢନ୍ତୁ

    ଆମ ଗାଁଗହଳୀରେ ସମସ୍ତଙ୍କର ପ୍ରିୟ ଅଟେ ମୁଗ ଡାଲି, କିନ୍ତୁ ସହରୀ ଲୋକେ ଏହାକୁ ଖାଇବାକୁ ଏତେ ପସନ୍ଦ କରନ୍ତି ନାହିଁ l ମୁଗ ଡାଲି ପୋଷାକ ତତ୍ୱର ଗୋଟିଏ ବଡ଼ ସ୍ରୋତ ଅଟେ l ଏଥିରେ ବିଶେଷ ଭାବରେ ରହିଥିବା ଉପାଦାନ ଗୁଡିକ ହେଲା-
    କପର, ଫୋଲେଟ , ରାଇବଫ୍ଲେବିନ , ଭିଟାମିନ -ସି, ଫାଇବର, ପୋଟାସିୟମ, ଫସଫରସ, ମାଗ୍ନେସିୟମ, ଆଇରନ, ଭିଟାମିନ ବି -6 , ନିୟାସିନ, ଥାଇମୀନ ପ୍ରଭୃତି ପୋଷାକ ତତ୍ୱ ପ୍ରଚୁର ପରିମାଣରେ ରହିଥାଏ l

    ମୁଗ ଡାଲିରେ  ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ, ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ l ତେଣୁ ମୁଗଡାଲି ଶରୀର ପାଇଁ ବହୁତ ହିତକର ଅଟେ।

    ପ୍ରତିଦିନ ମୁଗଡାଲି ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟାରୁ ଆରାମ ମିଳିଥାଏ, କାହିଁକି ନା ମୁଗଡାଲି ଫାଇବର ର ଗୋଟିଏ ବଡ଼ ସ୍ରୋତ ଅଟେ l  ଅନ୍ୟ ଡାଲି ତୁଳନାରେ ମୁଗଡାଲି ଶୀଘ୍ର ହଜମ ମଧ୍ୟ ହୋଇଥାଏ l

    ମୁଗଡାଲିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି, ଯେଉଁ କାରଣରୁ ଉଚ୍ଚ ରକ୍ତଚାପ ସନ୍ତୁଳିତ ରହିଥାଏ l ତେଣୁ ଉଚ୍ଚ ରକ୍ତଚାପ ରୋଗୀମାନେ ନିହାତି ମୁଗଡାଲିକୁ ନିଜ ଖାଦ୍ୟରେ ନିୟମିତ ସାମିଲ କରିବା ଜରୁରୀ l

    କୋଲେଷ୍ଟ୍ରଲ ସମସ୍ୟା ପାଇଁ ମୁଗଡାଲି ଗୋଟିଏ ଭଲ ମାଧ୍ୟମ ଅଟେ, ତେଣୁ କୋଲେଷ୍ଟ୍ରଲ ରୋଗୀ ମାନେ ନିୟମିତ ମୁଗଡାଲି ସେବନ ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ l

    ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଯେଉଁ ବ୍ୟକ୍ତି ପ୍ରତିଦିନ ମୁଗଡାଲି ସେବନ କରିଥାଆନ୍ତି ସେହି ବ୍ୟକ୍ତିଙ୍କର ହୃଦୟ ସମ୍ବନ୍ଧିତ ରୋଗରେ ପୀଡିତ ହେବାର ବିପଦ ହ୍ରାସ ହୋଇଥାଏ l

    ମୁଗଡାଲିରେ ରହିଥିବା ପୋଷକତତ୍ୱ ଶରୀର କୁ ଏନରଜେଟୀକ ରଖିବା ପାଇଁ ଚେଷ୍ଟା କରିଥାଏ l

    ମୁଗଡାଲିରେ ଆଇରନ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ, ଯାହାଦ୍ୱାରା ଶରୀରରେ ରକ୍ତ ହୀନତା କୁ ହ୍ରାସ କରିଥାଏ l ଯାହାକି ଏନିମିଆ ଭଳି ଗମ୍ଭୀର ରୋଗ ନିକଟରୁ ଦୂରେଇ ଆମକୁ ରଖିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ