Monday, September 28, 2026
29.4 C
Odisha

    ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

    ଆଗକୁ ପଢନ୍ତୁ

    ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ ବୋର୍ଡ ଭାରତ ଏବଂ ପାକିସ୍ତାନ ମ୍ୟାଚର ତାରିଖ ଏବଂ ସ୍ଥାନ ସ୍ଥିର କରିଛି। ଲାହୋରରେ ଭାରତ-ପାକ ମ୍ୟାଚ ଆୟୋଜନ କରିବାକୁ ପିସିବି ଯୋଜନା କରିଛି। ତେବେ ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏଥର ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବାକୁ ଯାଉଛି। କିନ୍ତୁ ଦଳ ଭାରତ ଯିବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଚର୍ଚ୍ଚା ହେଉଛି ମାର୍ଚ୍ଚ ୧ରେ ଲାହୋରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। କିନ୍ତୁ ମାର୍ଚ୍ଚ ୧୦କୁ ରିଜର୍ଭ ଡେ ଭାବରେ ରଖାଯାଇଛି। ମାର୍ଚ୍ଚ ୯ରେ ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ପିସିବି ସ୍ବତନ୍ତ୍ର ପ୍ରସ୍ତୁତି କରିଛି।
    ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ ମ୍ୟାଚ ପାଇଁ ପିସିବି ଚେୟାରମ୍ୟାନ ମୋହସିନ ନକଭି ବାର୍ବାଡୋସ୍‌ରେ ଥିଲେ। ସେ ଆଇସିସିକୁ ୧୫ଟି ମ୍ୟାଚର କାର୍ଯ୍ୟସୂଚୀ ଦେଇଛନ୍ତି। ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋରରେ ଅନୁଷ୍ଠିତ ହେବ। ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ଲାହୋରରେ ୭ଟି ମ୍ୟାଚ ଖେଳାଯିବ। ୩ଟି ମ୍ୟାଚ କରାଚିରେ ଅନୁଷ୍ଠିତ ହେବ। ଏହା ସହିତ ରାଉଲପିଣ୍ଡିରେ ପାଞ୍ଚଟି ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ କରାଚିରେ ଅନୁଷ୍ଠିତ ହୋଇପାରେ। ଏହା ସହିତ ଏକ ସେମିଫାଇନାଲ ମ୍ୟାଚ ମଧ୍ୟ ଏଠାରେ ହୋଇପାରେ। ରାଉଲପିଣ୍ଡିରେ ଏକ ସେମିଫାଇନାଲ ମ୍ୟାଚ ଖେଳାଯିବ। ଲାହୋରରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇପାରେ। ଏହି ସହରରେ ଟିମ ଇଣ୍ଡିଆକୁ ରଖିବାର ଯୋଜନା ଅଛି। ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁଇଟି ଗ୍ରୁପ ଗଠନ କରାଯାଇଛି। ଏଥିରେ ଭାରତ, ପାକିସ୍ଥାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶକୁ ଗ୍ରୁପ ଏରେ ରଖାଯାଇଛି। ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଆଫଗାନିସ୍ତାନର ଦଳ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ