Friday, April 3, 2026
39.1 C
Odisha

    ନୀଳରଙ୍ଗର ବାଲ୍ଟି ବ୍ୟବହାର କରନ୍ତୁ, ବାସ୍ତୁ ଅନୁସାରେ ଘର ପାଇଁ ଲାଭଦାୟକ ହୋଇଥାଏ !

    ଆଗକୁ ପଢନ୍ତୁ

    ସ୍ନାନ ଘରେ ଯଦି ଆପଣ ନୀଳ ରଙ୍ଗର ବାଲ୍ଟି ବ୍ୟବହାର କରୁଛନ୍ତି ତେବେ ଏହା ବାସ୍ତୁ ଅନୁସାରେ ଆପଣଙ୍କ ଘର ପାଇଁ ଲାଭଦାୟକ ହୋଇଥାଏ । ଏହା ରଖିବା ଦ୍ବାରା ଘରେ ସୁଖ, ଶାନ୍ତି ଏବଂ ସସମୃଦ୍ଧି ବୃଦ୍ଧି ହୋଇଥାଏ । ବାଲ୍ଟିକୁ କେବେ ହେଲେ ଖାଲି ଛାଡନ୍ତୁ ନାହିଁ ଏହାକୁ ଅଳ୍ପ ହେଲେବି ପୂରା ରଖନ୍ତୁ । ଘରର ସ୍ନାନ ଘର ଦେଖିବା ପାଇଁତ, ସାଧାରଣ ଲାଗିଥାଏ କିନ୍ତୁ ଏହି ଠାରେ ମଧ୍ୟ ଅନେକ ଦୋଷ ସୃଷ୍ଟି ହୋଇଥାଏ ଯାହା ଜୀବନ ଉପରେ ଶୁଭ-ଅଶୁଭ ଦୃଷ୍ଟି ପକାଇଥାଏ । ଯଦି ଏଥି ପ୍ରତି ଧ୍ୟାନ ନଦେବେ ତେବେ ଅଶାନ୍ତି ଆହୁରି ଅଧିକ ଜୀବନରେ ଆସିଥାଏ ।

    • ସ୍ନାନଘର ଘରର ଏକ ଜରୁରୀ ସ୍ଥାନ ହୋଇଥାଏ । ଏହି ଘରର ସମ୍ବନ୍ଧ ଆପଣଙ୍କର ଧନ ଲାଭ ସହ ମଧ୍ୟ ରହିଛି । ବାସ୍ତୁଶାସ୍ତ୍ର ଅନୁଯାଇ ସ୍ନାନଘରେ ନୀଳ ରଙ୍ଗର ବାଲ୍ଟି ରଖିବା ଅଧିକ ଲାଭଦାୟକ ହୋଇଥାଏ ।

    • ସ୍ନାନଘର କବାଟର ଠିକ୍ ସାମ୍ମନାରେ ଦର୍ପଣ ଲଗାଇବା ଉଚିତ୍ ନୁହେଁ ଏହା ଅଶୁଭ ଶକ୍ତିକୁ ଅଧିକ ବଢାଇଥାଏ । ଯେତେବେଳେ ଆପଣ ସ୍ନାନଘର କବାଟ ଖୋଲି ଭିତରକୁ ଯାଉଛନ୍ତି ସେତିକି ବେଳେ ନାକାରତ୍ମକ ଉର୍ଜ୍ଜା ଦର୍ପଣରେ ମାଡ ହୋଇ ପୁଣି ଘର ଭିତରକୁ ପ୍ରବେଶ କରିଥାଏ ।

    • ଯଦି ଅପଣଙ୍କର ଶୋଇବା ଘର ଭିତରେ ସ୍ନାନଘର ଅଛି ତେବେ ସର୍ବଦା ସ୍ନାନଘରର କବାଟ ବନ୍ଦ ରଖନ୍ତୁ । ବାସ୍ତୁ ଅନୁସାରେ ଶୋଇବାଘରର ଏବଂ ସ୍ନାନ ଘରର ଦୁଇଟି ଅଲଗା ଅଲଗା ଉର୍ଜ୍ଜା ରହିଥାଏ ତେଣୁ ପରସ୍ପର ଭିତରେ ଧକ୍କା ହେବା ଭଲ ହୋଇ ନଥାଏ । ଏହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ