Tuesday, March 24, 2026
21.6 C
Odisha

    ନୂଆପଡ଼ା ଉପନିର୍ବାଚନ: ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

    ଆଗକୁ ପଢନ୍ତୁ

    ନୂଆପଡ଼ା   :   ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ଅବକାରୀ ବିଭାଗ ତରଫରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଚେକ୍‌ପୋଷ୍ଟ କରି ଯାନବାହନ ତଲାସୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅବକାରୀ କର୍ମଚାରୀ ୬୯ ଲିଟର ବିଅର୍‌, ୩୮ଲି. ବିଦେଶୀ ମଦ, ୪୨୪୦ଲି. ହାତରନ୍ଧା ମଦ,୧୦୬୨ଲି. ବାହାର ଭାଟି ମଦ, ୨୬ କେଜି ଗଞ୍ଜେଇ ଏବଂ ୧୦ କୁଇଣ୍ଟାଲ ୬୦୦ କେଜି ମହୁଲ ପୋଚ ଜବତ କରିଛନ୍ତି। ଏସବୁର ଆନୁମାନିକ ମୂଲ୍ୟ ୭୩ ଲକ୍ଷ ୧୪ ହଜାର ୧୪୨ ଟଙ୍କା ହେବ। ଏହା ସହ ୫ ବାଇକ୍‌ ଓ ଗୋଟିଏ ଚାରିଚକିଆ ଯାନ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୩୫ ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୮୩ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ଜଣାଇଛନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    53 %
    1.2kmh
    0 %
    Tue
    35 °
    Wed
    37 °
    Thu
    38 °
    Fri
    40 °
    Sat
    37 °

    ସମ୍ବନ୍ଧିତ