Friday, January 9, 2026
17.5 C
Odisha

    ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ା ଭୋଟ ପାଇଁ ନକ୍ସଲ ଚ୍ୟାଲେଞ୍ଜ । ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ସହିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ CRPF ର ୧୪ କମ୍ପାନୀ ନିୟୋଜିତ ହୋଇଛନ୍ତି ।

    ଅତିରିକ୍ତ ଡିଜି ଆଇନ ଓ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି ବୁଥ୍ ବ୍ୟବସ୍ଥାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି । ନିର୍ବାଚନ ଅଧିକାରୀ ଓ ପୋଲିସ ମିଳିତ ସମୀକ୍ଷା କରି ଏପରି ବ୍ୟବସ୍ଥା କରାଯାଇଛି l ନୂଆପଡ଼ାରେ ମୋଟ ୩୫୮ଟି ବୁଥ୍ ରହିଛି । ସେଥିମଧ୍ୟରୁ ପ୍ରାୟ ୪୭ ଟି ବୁଥ୍ ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳ । ନୂଆପଡ଼ା ଉପ-ନିର୍ବାଚନ ନଭେମ୍ବର ୧୧ ରେ ହେବ ଓ ନିର୍ବାଚନ ଫଳାଫଳ ୧୪ ତାରିଖରେ ପ୍ରକାଶ ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.5 ° C
    17.5 °
    17.5 °
    22 %
    2.2kmh
    58 %
    Fri
    16 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ