Monday, September 8, 2025
29.1 C
Odisha

    ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ

    ଆଗକୁ ପଢନ୍ତୁ

    ନୂଆପଡା   :   ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି । ୬୯ ବର୍ଷ ବୟସରେ ଚେନ୍ନାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ହୃଦଘାତର ଶିକାର ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ତାଙ୍କ ପାର୍ଥୀବ ଶରୀରକୁ ଚେନ୍ନାଇରୁ ଓଡ଼ିଶାକୁ ଅଣାଯାଉଛି । ନୂଆପଡା ଆସନରୁ ୪ଥର ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୯୫୬ ମସିହା ୨୦ ନଭେମ୍ବରରେ ଖରିଆରରେ ଜନ୍ମଗ୍ରହଣ କରିଥିଲେ ରାଜେନ୍ଦ୍ର ଢୋଲକିଆ । ପିଲାଟି ଦିନରକୁ ଲୋକଙ୍କ ହିତ ପାଇଁ କାମ କରିବାକୁ ବେଶ ରୁଚି ରଖୁଥିଲେ । ଅଭିବକ୍ତ କଳାହାଣ୍ଡି ଜିଲ୍ଲାରୁ ୧୯୯୩ମସିହାରେ ନୂଆ କରି ଜିଲ୍ଲା ହୋଇଥିଲା ନୂଆପଡା । ନୂଆପଡାକୁ ତାର ହକ୍‍ ଦେବା ପାଇଁ ଯେତେବେଳେ ଲଢେଇ ହେଉଥାଏ ଠିକ୍‍ ସେତିକି ବେଳେ ରାଜୁ ଭାଇ ଭାବେ ପରିଚିତ ଥିବା ରାଜେନ୍ଦ୍ର ଢୋଲକିଆ ଜିଲ୍ଲାବାସୀଙ୍କ ସେବା କରିବାକୁ ଆଗେଇ ଆସିଥିଲେ । ଲୋକଙ୍କ ସେବା ପାଇଁ ନିଜକୁ ନିୟୋଜିତ କରି ଦେଇଥିବା ରାଜେନ୍ଦ୍ର ଢୋଲକିଆ ନୂଆପଡା ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ । କିଛି ବର୍ଷରେ ହିଁ ନୂଆପଡାର ରୂପରେଖ ବଦଳାଇଥିଲେ ସେ । ବିକାଶ ମୂଳକ କାର୍ଯ୍ୟ କରିଥିବାରୁ ୨୦୦୪ରେ ସ୍ୱାଧୀନରେ ପ୍ରାର୍ଥୀ ହୋଇ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ତା’ପରେ ରାଜୁ ଭାଇ ପଛକୁ ଫେରି ଚାହିଁନାହାଁନ୍ତି । ୨୦୦୯ଓ ୨୦୧୯ ଦୁଇ ଦୁଇ ଥର ନବୀନ ପଟ୍ଟନାୟକଙ୍କ ସମର୍ଥନରେ ବିଜେଡିରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ନିଜର କାର୍ଯ୍ୟକାଳରେ ସେ ଏହି ନିର୍ବାଚନମଣ୍ଡଳୀ ପାଇଁ ଯାହା କରିଛନ୍ତି ତାହାକୁ କେହି କେବେ ଭୁଲିବେ ନାହିଁ । ଗାଁରେ ପକ୍କା ରାସ୍ତା, ନଦୀରେ ବ୍ରିଜ୍‍ ନିର୍ମାଣ ଯୋଗୁ ଲୋକମାନେ ଯାତାୟତାରେ ଉପକୃତ ହେଉଛନ୍ତି । ନୂଆପଡା ଭଳି ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବିକାଶ କରିଥିଲେ ରାଜେନ୍ଦ୍ର ଢୋଲକିଆ । ଏହାସହ ବିଧାୟକ ପ୍ରତିବର୍ଷ ଗରିବ ପରିବାରର ପିଲାମାନଙ୍କୁ ସାମୁହିକ ବିବାହର ଆୟୋଜନ କରି ଅନେକ କ୍ଷ୍ୟାତି ଅର୍ଜନ କରିଥିଲେ । ନିଜ ନିର୍ବାଚନମଣ୍ଡଳିରେ ବିକାଶର ଧାରା ବଜାୟ ରଖିବା ପରେ ନବୀନ ରାଜେନ୍ଦ୍ରଙ୍କୁ ନୂଆପଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ତାଙ୍କୁ ସ୍ଥାନ ଦେଇଥିଲେ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ୨୦୨୪ ନିର୍ବାଚନରେ ନୂଆପଡା ଆସନରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହ କଡା ଟକ୍କର ସତ୍ୱେ ବିଜୟୀ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ଘାସିରାମଙ୍କୁ ସେ ୧୦ହଜାର ୮୮୧ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.1 ° C
    29.1 °
    29.1 °
    75 %
    1.3kmh
    49 %
    Mon
    28 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ