Monday, April 14, 2025
27.4 C
Odisha

    ନୂଆ Aadhaar App ରେ ମିଳିବ ୫ଟି ଦମଦାର୍ ଫିଚର୍ସ, ସୁରକ୍ଷିତ ରହିବ ଆପଣଙ୍କର ସମସ୍ତ ଡିଟେଲ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସରକାର ଏକ ନୂଆ ଆଧାର୍ ଆପ୍ ଘୋଷଣା କରିଛନ୍ତି । ନିକଟରେ କେନ୍ଦ୍ରୀୟ ରେଳ, ସୂଚନା ଏବଂ ଟେକ୍ନୋଲୋଜି ମିନିଷ୍ଟର ଅଶ୍ବନୀ ବୈଷ୍ଣବ ଏହି ନୂଆ Aadhaar App ଉନ୍ମୋଚନ କରିଛନ୍ତି । ଏହି ନୂଆ Aadhaar App ଦେଶର କୋଟି କୋଟି ଆଧାର କାର୍ଡ ହୋଲର୍ଡସଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କାମ କରିବ । ଏହି ଆପର ବିଶେଷ କଥା ହେଉଛି ଯେ ଆପଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି କିମ୍ବା ଏକ ନୂଆ ସିମ୍ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କୌଣସି ସ୍ଥାନରେ ଆଧାର କାର୍ଡ ପ୍ରଦାନ କରିବାକୁ ପଡିବ ନାହିଁ । ସରକାର ଆଧାର କାର୍ଡକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ମଧ୍ୟ କରିଛନ୍ତି । ଏଥିରେ ୫ଟି ଖାସ୍ ଫିଚର୍ସ ମଧ୍ୟ ଅଛି, ଯାହା ଆପଣଙ୍କର ଅନେକ କାର୍ଯ୍ୟକୁ ସହଜ କରିବ ।

    ନୂଆ Aadhaar App ପୂର୍ବରୁ ଥିବା mAadhaar App କୁ ରିପ୍ଲେସ୍ କରିବ । ସରକାର ବିଟା ଟେଷ୍ଟିଂ ପାଇଁ ଆଭେଲେବଲ୍ ୟୁଜର୍ସଙ୍କ ପାଇଁ ନୂଆ ଆପ୍ ଉପଲବ୍ଧ କରାଇଛନ୍ତି । ଟେଷ୍ଟିଂ ସମାପ୍ତ ହେବା ପରେ ଏହି ଆପ୍ ଅଫିସିଆଲି ଭାବରେ ଲଞ୍ଚ ହେବ । ଅଶ୍ବିନ୍ ବୈଷ୍ଣବ ତାଙ୍କ ୟୁଟ୍ୟୁବ୍ ଚିୟାନେଲରେ ଏହି ଆପର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଆପର ଖାସ୍ ଫିଚର୍ସ ବିଷୟରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଆପରେ କେଉଁ ୫ଟି ଖାସ୍ ଫିଚର୍ସ ଦିଆଯାଇଛି ।

    ୧. QR କୋର୍ଡରେ ହେବ ଭେରିଫିକେସନ୍ :
    ନୂଆ Aadhaar App ରେ QR କୋଡ୍ ସ୍କାନ୍ କରି କାର୍ଡ ହୋଲ୍ଡରମାନଙ୍କୁ ଯାଞ୍ଚ କରାଯାଇପାରିବ । ଏଥିରେ କାର୍ଡ ହୋଲ୍ଡରମାନଙ୍କୁ ସୋମନଙ୍କର ଆଧାର କାର୍ଡ ନମ୍ବର ଦେବାକୁ ପଡିବ ନାହିଁ, ଯାହା ଦ୍ବାରା ସେମାନଙ୍କର ସିକ୍ରେଟ୍ ନିୟନ୍ତ୍ରଣରେ ରହିବ ।

    ୨. ଡାଟା ପ୍ରାଇଭେସି ପ୍ରତି ଧ୍ୟାନ :
    ନୂଆ Aadhaar App ରେ, କାର୍ଡ ହୋଲ୍ଡରଙ୍କ ଡାଟା ପ୍ରାଇଭେସିର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି । ଏହି ଆପରେ କାର୍ଡ ହୋଲ୍ଡରଙ୍କ ପ୍ରାଇଭେଟ୍ ଡିଟେଲ୍ସ ଯେପରିକି ମୋବାଇଲ୍ ନମ୍ବର, ଆର୍ଡେସ୍ ଇତ୍ୟାଦି ସିକ୍ରେଟ୍ ରଖାଯିବ । ଏହିପରି ଆପଣଙ୍କର ଆଧାର ଡାଟା ସହିତ ହେରଫେର ହେବାର ସମ୍ଭାବନା କମ୍ ହୋଇଯିବ।

    ୩. Facial Authentication :
    ଏହି ନୂଆ Aadhaar App ରେ, ୟୁଜର୍ସଙ୍କ ଆଧାର କାର୍ଡର ଡିଟେଲ୍ସ QR କୋର୍ଡ ମାଧ୍ୟମରେ ସ୍କାନ କରିବା ସହିତ ଏହାକୁ ଭେରିଫାଏ କରିବା ପାଇଁ ଫେସିଆଲ୍ ସ୍କାନିଂ ର ସୁବିଧା ମଧ୍ୟ ରହିବ । ଯେଉଁଥିରେ କାର୍ଡ ହୋଲ୍ଡରଙ୍କ ଫେସ୍ ସ୍କାନ୍ କରି ଭେରିଫିକେସନ୍ ପ୍ରକ୍ରିୟା ସମାପ୍ତ କରାଯାଇପାରିବ । ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ କୌଣସି ସ୍ଥାନରେ ଦେବାକୁ ପଡିବ ନାହିଁ କିମ୍ବା ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ କୌଣସି ସ୍ଥାନକୁ ନେଇ ଯିବାକୁ ପଡିବ ନାହିଁ ।

    ୪. ଡିଜିଟାଲ୍ ଆଇଡେଣ୍ଟି ରହିବ ସେଫ୍ଟି :
    ନୂଆ Aadhaar App ରେ ୟୁଜର୍ସଙ୍କ ଆଇଡେଣ୍ଟିକୁ ସିକ୍ବିର କରିବା ପାଇଁ ଆର୍ଥେଟିକସେନ୍ ଫିଚର ଦିଆଯାଇଛି । ବ୍ୟାକିଂ ଆପ୍ ପରି, ନୂଆ ଆଧାର ଆପରେ ଲଗ୍ ଇନ୍ କରିବା ପାଇଁ ଆପଣଙ୍କୁ ୬-ଡିଜିଟ୍ ର ସିକ୍ୟେୁରିଟି ପିନ୍ ଦେବାକୁ ପଡିବ । ଆପ୍ ଇନଷ୍ଟଲ୍ କରିବା ପରେ ଆପଣଙ୍କୁ ଏହି ପିନ୍ ଥରେ ସେଟ୍ କରିବାକୁ ପଡିବ ।ଏହା ପରେ ପିନ୍ ବିନା କେହି ଆପଣଙ୍କ ଆଧାର ଆପରେ ଏଣ୍ଟ୍ରି କରିପାରିବେ ନାହିଁ । ଏହି ପରି ଭାବରେ ଆପଣଙ୍କର ଡିଜିଟାଲ୍ ଆଇଡେଣ୍ଟି ସେଫ୍ଟି ରହିବ ।

    ୫. ଡିଜିଟାଲ୍ ସେୟାର କରିପାରିବ କାର୍ଡ :
    ଏହି ଆପର ଆଉ ଏକ ଖାସ୍ କଥା ହେଉଛି ଯେ ଆପଣ ଆପଣଙ୍କର ଆଧାର କାର୍ଡକୁ ଡିଜିଟାଲ୍ ଭାବରେ ସେୟାର କରିପାରିବେ । କାର୍ଡକୁ ଡିଜିଟାଲ୍ ଭାବରେ ସେୟାର କରିବା ଦ୍ବାରା, ଏହାର ଅବବ୍ୟବହାରର ଆଶଙ୍କା ହ୍ରାସ ପାଇବ । ଆପଣ ଯେଉଁ ଏଜେନ୍ସି ସହିତ ଆପଣଙ୍କର ଆଧାର ସେୟାର କରିବେ, ସେହି ଏଜେନ୍ସି ପାଖରେ ଆପଣଙ୍କର ଆଧାର କାର୍ଡର ଭର୍ଚୁଆଲ୍ ID କିମ୍ବା ଏକ ମାସ୍କଡ୍ ଆଧାର କାର୍ଡ ସେୟାର ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    59 %
    2.8kmh
    94 %
    Mon
    28 °
    Tue
    38 °
    Wed
    38 °
    Thu
    39 °
    Fri
    44 °

    ସମ୍ବନ୍ଧିତ