Wednesday, September 24, 2025
24.3 C
Odisha

    ନ୍ୟାସନାଲ ଆୱାର୍ଡ ଉତ୍ସବରେ ଖାହରୁଖଙ୍କୁ ମେଡେଲ ପିନ୍ଧାଇଲେ ରାଣୀ ମୁଖାର୍ଜୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୭୧ତମ ନ୍ୟାସନାଲ ଆୱାର୍ଡ ପୁରସ୍କାର ଉତ୍ସବରେ ଶାହରୁଖ ଖାନ୍, ରାଣୀ ମୁଖାର୍ଜୀ ଏବଂ ବିକ୍ରାନ୍ତ ମେସି ଏକାଠି ନଜର ଆସିଥିଲେ । ସେଠାରେ ତିନି ତାରକାଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ପରସ୍ପର ସହିତ କଥା ହେଉଥିବାର ଦେଖି ଫ୍ୟାନ୍ସମାନେ ସେମାନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ଶାହରୁଖ ଏବଂ ରାଣୀ ମୁଖାର୍ଜୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।

    ସେହି ଭିଡିଓରେ ଶାହରୁଖଙ୍କୁ ମେଡାଲ ପିନ୍ଧିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ପ୍ରଥମେ ବିକ୍ରାନ୍ତ ମେସି ଶାହରୁଖଙ୍କୁ ମେଡାଲ ପିନ୍ଧିବାକୁ ଦେଇଥିଲେ । କିନ୍ତୁ ପରେ ରାଣୀ ମୁଖାର୍ଜୀ ତାଙ୍କୁ ମେଡାଲଟି ପିନ୍ଧାଉଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ଭାଇରଲ ହେଉଛି । ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । ଏଥି ସହ ଫ୍ୟାନ୍ସମାନେ ମଧ୍ୟ ସେୟାର ହୋଇଥିବା ଫଟୋ ଏବଂ ଭାଇରଲ ଭିଡିଓରେ ସେମାନେ କମେଣ୍ଟ ଦେଇଛନ୍ତି । ଅନ୍ୟପଟେ ଶାହରୁଖ ଖାନ୍ ମେଡାଲ ପିନ୍ଧିବା ପରେ ପୂଜାଙ୍କୁ ଦେଖାଇଥିଲେ । ଯାହା ଫଟୋ ଖୁବ୍ ଲୋକପ୍ରିୟ ହୋଇଛି ।

    ଶାହରୁଖ ଖାନଙ୍କୁ ତାଙ୍କ ଫିଲ୍ମ ’ଜୱାନ୍’ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପାଇଥିଲେ । ରାଣୀ ମୁଖାର୍ଜୀଙ୍କୁ ଶ୍ରୀମତୀ ଚାଟାର୍ଜୀ ଭର୍ଜେସ ନରୱେ ପାଇଁ ତାଙ୍କୁ ମଧ୍ୟ ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ ମିଳିଥିଲା । ଠିକ୍ ସେହିପରି ବିକ୍ରାନ୍ତ ମାସିଙ୍କୁ ’12 th ଫେଲ୍’ ପାଇଁ ନ୍ୟାସନାଲ ଆୱାର୍ଡ ପୁରସ୍କାର ହାସଲ କରିବାରେ ସଫଳ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    89 %
    1.8kmh
    100 %
    Wed
    24 °
    Thu
    28 °
    Fri
    29 °
    Sat
    27 °
    Sun
    26 °

    ସମ୍ବନ୍ଧିତ