Thursday, April 2, 2026
25.4 C
Odisha

    ନ୍ୟାୟପାଳିକା ଉପରେ ବିଜେପି ନେତାଙ୍କ ଆକ୍ରମଣ: ତେରଛା ବାଣ ମାରିଲେ ପରବର୍ତ୍ତୀ ପ୍ରଧାନ ବିଚାରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଏକ ଐତିହାସିକ ରାୟ ଦେଇ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ବିଧାନସଭା ଦ୍ବାରା ଗୃହୀତ ବିଲ୍‌କୁ ମଂଜୁରି କରିବାପାଇଁ ଏକ ସମୟସୀମା ଧାର୍ଯ୍ୟ କରିଥିଲେ। ତେବେ  ସୁପ୍ରିମକୋର୍ଟଙ୍କର ଏହି ରାୟ ପରେ କିଛି ବିଜେପି ନେତା ବିବାଦୀୟ ବୟାନ ଦେଇଥିଲେ ଏବଂ ଏହା ନ୍ୟାୟିକ କ୍ଷମତାର ଅତିକ୍ରମଣ ବୋଲି କହିଥିଲେ। ସୁପ୍ରିମକୋର୍ଟ ଆଜି ଏହି ନ୍ୟାୟିକ ଅତିକ୍ରମଣ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ତେରଛା ବାଣ ମାରିଛନ୍ତି।  ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ବିଆର୍‌ ଗୱାଇ କହିଛନ୍ତି, କୋର୍ଟ  “କାର୍ଯ୍ୟପାଳିକା କ୍ଷେତ୍ରରେ ପ୍ରବେଶ କରିବାର ଅଭିଯୋଗର ସମ୍ମୁଖୀନ ହେଉଛନ୍ତି”।

    ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନିକଟରେ ଘଟିଥିବା ହିଂସା ଘଟଣା ସଂକ୍ରାନ୍ତରେ ଓକିଲ ବିଷ୍ଣୁ ଶଙ୍କର ଜୈନ କୋର୍ଟରେ ଆବେଦନ କରିଥିଲେ। ଆଇନଜୀବୀ ଜଣଙ୍କ ତାଙ୍କ ଆବେଦନରେ କହିଥିଲେ ଯେ, ହିଂସା ପ୍ରବଣ ଅଞ୍ଚଳରେ ଶାନ୍ତି ବଜାୟ ରଖିବାପାଇଁ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବାର ଆବଶ୍ୟକତା ରହିଛି ଏବଂ ଏଥିସହ ହିଂସାର ତଦନ୍ତ ପାଇଁ ୩ ଜଣ ଅବସରପ୍ରାପ୍ତ ବିଚାରପତିଙ୍କର  ଏକ କମିଟି ଗଠନ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ଏହାର ଜବାବରେ, ଜଷ୍ଟିସ୍ ଗୱାଇ କହିଛନ୍ତି, “ଆପଣ ଚାହାନ୍ତି ଯେ ଆମେ ଏହା ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରୁ? ବର୍ତ୍ତମାନ, ଆମେ କାର୍ଯ୍ୟପାଳିକା ଡୋମେନ୍‌ରେ ପ୍ରବେଶ କରିବା ଅଭିଯୋଗର ସମ୍ମୁଖୀନ ହେଉଛୁ। ଦୟାକରି।” ଆସନ୍ତା ମାସରେ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଏହି ବରିଷ୍ଠ ବିଚାରପତିଙ୍କ ମନ୍ତବ୍ୟ ସୂଚାଇ ଦେଉଛି ଯେ ସୁପ୍ରିମକୋର୍ଟ ନ୍ୟାୟପାଳିକା ବିରୋଧରେ ଶାସକ ଦଳର ନେତାଙ୍କ ମନ୍ତବ୍ୟକୁ ନିକଟରୁ ଅନୁସରଣ କରୁଛି।

    ଏଜିଙ୍କ ଅନୁମୋଦନ ଆଣ

    ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ  ‘ଭାରତରେ ସମସ୍ତ ଗୃହଯୁଦ୍ଧ ପାଇଁ ପ୍ରଧାନବିଚାରପତି ଦାୟୀ’ ବୋଲି କହିଥିଲେ। ସାଂସଦଙ୍କ ଏହି ମନ୍ତବ୍ୟ ବିରୋଧରେ ଆଗତ ଏକ ଆବେଦନର ଶୁଣାଣି କରି ଏଜିଙ୍କ ଦ୍ବାରସ୍ଥ ହେବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ଦୁବେଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ କେତେକ ଆଇନଜୀବୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଚାରପତି ବିଆର୍‌ ଗୱାଇ ଓ ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ଅଦାଲତ ଅବମାନନା ଆଇନ ୧୯୭୧ର ଉଲ୍ଲେଖ କରି ଆବେଦନକାରୀଙ୍କୁ ଆଟର୍ନି ଜେନେରାଲ୍‌ଙ୍କ ଠାରୁ ଅନୁମତି ଆଣିବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ନି‌ର୍ଦ୍ଦେଶ ପରେ କେତେକ ଓକିଲ ଅନୁମତି ଦେବା ନିମନ୍ତେ ଏଜିଙ୍କୁ ଚିଠି ଲେଖିଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ