Sunday, January 25, 2026
14.1 C
Odisha

    ପଣସ ଖାଇବା ପରେ ଭୁଲରେ ବି ଖାଆନ୍ତୁନି ଏହି ୫ଟି ଜିନିଷ

    ଆଗକୁ ପଢନ୍ତୁ

    ଗ୍ରୀଷ୍ମ ଋତୁରେ ଅତ୍ୟଧିକ ପଣସ ଖାଇବାକୁ ମିଳିଥାଏ । ତେବେ ଡାଇବେଟିସ୍‌ ଠାରୁ ଆରମ୍ଭ କରି ହାଇ ବ୍ଲଡ ପ୍ରେସର ପର୍ଯ୍ୟନ୍ତ ରୋଗୀଙ୍କ ପାଇଁ ପଣସ ଉପକାରୀ ହୋଇଥାଏ । ଏହା ସହ ପଣସ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଅଧିକାଂଶ ଲୋକ ପଣସକୁ ଖାଇବା ପାଇଁ ପସନ୍ଦ କରନ୍ତି । ଏଥିରେ ପ୍ରଚୁର ଫାଇବର, ଭିଟାମିନ୍ A, ଭିଟାମିନ୍ C, ଭିଟାମିନ୍ B, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଆଇରନ୍‌ ଏବଂ କ୍ୟାଲସିୟମ୍ ଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେବେ ପଣସ ଖାଇବା ପରେ କିଛି ଜିନିଷକୁ ଖାଇବାକୁ ଏଡାଇବା ଉଚିତ୍ । ନଚେତ ଆଗକୁ ଯାଇ ବଡ ସମସ୍ୟା ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ପଣସ ଖାଇବା ପରେ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ ।

    ଜାଣନ୍ତୁ ପଣସ ଖାଇବା ପରେ କ’ଣ ଖାଇବା ଉଚିତ୍ ନୁହେଁ ?
    କ୍ଷୀର : ଯେତେବେଳେ ଆପଣ ପଣସ ଖାଆନ୍ତି, ସେତେବେଳେ ଆପଣ କ୍ଷୀର କିମ୍ବା ସେଥିରେ ତିଆରି ଜିନିଷ ଖାଇବା ଉଚିତ୍ ନୁହେଁ । ଯଦି ଆପଣ କ୍ଷୀର ପିଉଛନ୍ତି ତେବେ ତୁରନ୍ତ ପଣସ ଖାଇବା ଉଚିତ୍ ନୁହେଁ । ପଣସ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଚର୍ମ ରୋଗ ହୋଇପାରେ । ଏହା ଦାଗ, କୁଣ୍ଡେଇ, ଏକଜେମା ଏବଂ ସୋରିୟାସିସ୍ ଭଳି ରୋଗର କାରଣ ହୋଇପାରେ । ଏହା ହଜମ କରାଇବାରେ ମଧ୍ୟ କଷ୍ଟକର ହୋଇଥାଏ ।

    ମହୁ : ପଣସ ଏବଂ ମହୁର ମିଶ୍ରଣ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଯଦି ଆପଣ ପଣସ ଖାଇବା ପରେ ତୁରନ୍ତ ମହୁରୁ ପ୍ରସ୍ତୁତ କିଛି ଖାଆନ୍ତି, ତେବେ ଶରୀରରେ ବ୍ଲଡ ସୁଗାର ଲେବଲ ଅଧିକ ହୋଇପାରେ । ବିଶେଷକରି ପାଚିଲା ପଣସ ଖାଇବା ପରେ ମହୁ ଖାଆନ୍ତୁ ନାହିଁ ।

    ଭେଣ୍ଡି : କିଛି ଲୋକ ପଣସ ଏବଂ ଭେଣ୍ଡି ମିଶାଇ ଖାଆନ୍ତି, ଯାହା ଠିକ୍ ନୁହେଁ । ଆପଣ ପଣସ ଏବଂ ଭେଣ୍ଡି ମିଶାଇ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଏହି ମିଶ୍ରଣ ଧଳା ଦାଗର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

    ଅମୃତଭଣ୍ଡା : ଯେତେବେଳେ ଆପଣ ପଣସ ଖାଆନ୍ତି, ତେବେ ଆପଣ ଏହା ପରେ ଅମୃତଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ସହ ପଣସ ସହିତ କେବେ ହେଲେ ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆଗକୁ ଯାଇ ବଡ ସମସ୍ୟା ହୋଇପାରେ ।

    ପାନ : ଯଦି ଆପଣ ଭୋଜନ ପରେ ପାନ ପତ୍ର ଖାଇବାକୁ ଭଲ ପାଆନ୍ତି, ତେବେ ପଣସ ଖାଇବା ପରେ ଏହାକୁ ଖାଇବା ପୂର୍ବରୁ ସାବଧାନ ରୁହନ୍ତୁ । ତେବେ ପଣସ ଖାଇବା ପରେ ପାନ ପତ୍ର ଖାଇବା ଦ୍ୱାରା ପେଟ ଏବଂ ସ୍କିନ୍‌ ସହ ଜଡିତ ଅନେକ ସମସ୍ୟା ହୋଇପାରେ । ସେଥିପାଇଁ ପଣସ ଖାଇବା ପରେ ଏହି ସମସ୍ତ ଜିନିଷ ଖାଇବା ଠାରୁ ଦୁରେଇ ରହିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.1 ° C
    14.1 °
    14.1 °
    62 %
    1kmh
    6 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ