Saturday, April 11, 2026
37.2 C
Odisha

    ପରମିଟ୍‌ ନଥିବା ୮ ବସ୍‌କୁ ୭୦ ହଜାର ଜରିମାନା

    ଆଗକୁ ପଢନ୍ତୁ

    ଯାଜପୁର : ଯାଜପୁର ଟାଉନରୁ କଟକକୁ ସାଧାରଣ ବସ୍‌ଗୁଡ଼ିକ ଯାତ୍ରୀଙ୍କଠାରୁ ୬୫/୭୦ ଟଙ୍କା ଭଡ଼ା ନେବା ପରିବର୍ତ୍ତେ ୧୦୦ ଟଙ୍କାରୁ ୧୧୦ ଟଙ୍କା ନେଉଛନ୍ତି। ପ୍ରତିବାଦ କରୁଥିବା ଯାତ୍ରୀଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିଥାଏ। ଏ ସଂକ୍ରାନ୍ତରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପରିବହନ ବିଭାଗ ତତ୍ପର ହୋଇଛି। ବିଭାଗ ପକ୍ଷରୁ ଯାଜପୁର ସଦର ଥାନା ୨୦ ନଂ ଜାତୀୟ ରାଜପଥର ଗଜିପାଢ଼ୀ ଛକଠାରେ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଗାଡ଼ିର ପରମିଟ, ଅନ୍ୟାନ୍ୟ କାଗଜପତ୍ର, ଭଡ଼ା ବୋର୍ଡ ପ୍ରଦର୍ଶନ କରିବା ଏବଂ ଯାତ୍ରୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ତାଗିଦ କରାଯାଇଥିଲା। କେତେକ ବସ୍‌ ଭାୟା ପାଣିକୋଇଲି ଦେଇ ଚଳାଚଳ କରିବାର ପରମିଟ୍‌ ପାଇଥିବାବେଳେ ସେଗୁଡ଼ିକ କୁଆଖିଆ ଦେଇ ବେଆଇନ ଭାବେ ଚଳାଚଳ କରୁଥିବା ଜଣାପଡ଼ିଥିଲା।କଟକରୁ ବୈଷପାନକୁ ଫେରୁଥିବା ଗରିବ ନୱାଜ ନାମକ ଏକ ବସ୍‌ (ଓଡି ୨୨ କ୍ୟୁ-୬୯୫୧)ର ଯାତ୍ରୀ ପରିବହନ ଅନୁମତି ନଥିଲେ ମଧ୍ୟ ସଂପୂର୍ଣ୍ଣ ବେଆଇନ ଭାବେ ଦୈନିକ ଗନ୍ତବ୍ୟ ସ୍ଥଳ ସ୍ଥିର କରି ଚଳାଚଳ କରୁଛି। ଏହି ବସ୍‌ଟି କେବଳ ରିଜର୍ଭ ବା ସ୍ବତନ୍ତ୍ର ଭଡ଼ାରେ ଚଳାଚଳ କରିବାକୁ ପରମିଟ୍‌ ପାଇଛି। ଏହି ସ୍ବତନ୍ତ୍ର ପରମିଟର ବ୍ୟବହାର ଅନ୍ୟ କାର୍ଯ୍ୟରେ କରାଯାଇଥାଏ। ଗନ୍ତବ୍ୟସ୍ଥଳ ବୋର୍ଡ ମାରି ବିଭିନ୍ନ ବସ୍‌ ରହଣି ସ୍ଥଳରୁ ଯାତ୍ରୀ ନେବା ବେଆଇନ ‌ବୋଲି ପରିବହନ ବିଭାଗ କହିଛି। ଏହି ବସ୍‌କୁ ଜବତ କରି ଥାନାରେ ଜିମା ରଖିବାକୁ ଥିବା ସତ୍ତ୍ବେ ଯାତ୍ରୀ ଥିବାରୁ ୧୧ ହଜାର ଟଙ୍କାର ଜରିମାନା କରି ଛାଡ଼ି ଦିଆଯାଇଥିଲା। ଏନେଇ ଯାଞ୍ଚ ଓ ତଦନ୍ତ କରାଯିବ ବୋଲି ପରିବହନ ବିଭାଗ କହିଛି।ଏହି ଯାଞ୍ଚ ସମୟରେ ଯାତ୍ରୀମାନେ ଅତ୍ୟଧିକ ଭଡ଼ା ଆଦାୟ ଓ ଆଦୌ ଟିକେଟ ଦିଆଯାଉ ନଥିବା ସଂପର୍କରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ସମସ୍ତ ଗାଡ଼ି କାଗଜପତ୍ର ଠିକ କରିବା ସହ ଗାଡିରେ ଭଡ଼ା ତାଲିକା ପ୍ରଦର୍ଶନ କରିବା ବାଧ୍ୟତାମୂଳକ ଏବଂ ସମସ୍ତେ ଏହାକୁ ଲଗାଇବାକୁ ପରିବହନ ଅଧିକାରୀ ନିର୍ଦେଶ ଦେଇଥିଲେ।ରୁୁଡ ପରମିଟ ନଥାଇ ବସ ଚାଳକଙ୍କ ୮ଟି ବସ୍‌କୁ ୭୦ ହଜାର ଟଙ୍କା ଜରିମାନା କରାଯାଇଥିବା ସୂଚନା ଦିଆଯାଇଛି।
    ଯାଜପୁର ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଦୀପକ କୁମାର ସେଠୀ, ରଜତ ଶତପଥୀ, ଜୁନିୟର ଏମ୍‌ଭିଆଇ ପ୍ରଦୀପ କିଶୋର ‌ବେହେରା ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସାମିଲ ହୋଇଥିଲେ। ଆଗାମୀ ଦିନରେ ପରିବହନ ନିୟମ ଉଲ୍ଲଂଘନ ଏବଂ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସତର୍କ କରି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ