Wednesday, September 17, 2025
25.2 C
Odisha

    ‘ପରମ ସୁନ୍ଦରୀ’ ଫିଲ୍ମ ଦେଖିବାକୁ ଫ୍ୟାନ୍ସ କରିଛନ୍ତି ଅପେକ୍ଷା, ୨୪ ଘଣ୍ଟାରେ ବିକ୍ରି ହେଲା ଏତିକି ଟିକେଟ୍

    ଆଗକୁ ପଢନ୍ତୁ

    ମୁମ୍ବାଇ   :    ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ପରମ ସୁନ୍ଦରୀ’କୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ କରିବ । ତେବେ ଗତକାଲିଠାରୁ ଏହି ‘ପରମ ସୁନ୍ଦରୀ’ ପାଇଁ ଆଡଭାନ୍ସ ବୁକିଂ ଖୁବ ଜୋରରେ ଚାଲିଛି । ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମ ପ୍ରୀ ଟିକେଟ ସେଲରେ ଏପର୍ଯ୍ୟନ୍ତ କେତେ ଟଙ୍କା ରୋଜଗାର କରିଛି । ସିଦ୍ଧାର୍ଥ ମଲହୋତ୍ରା ରୋମାଣ୍ଟିକ କମେଡି ‘ପରମ ସୁନ୍ଦରୀ’ ସହ ବଡ଼ ପରଦାରେ କମବ୍ୟାକ୍ କରିଛନ୍ତି । ଏଥିରେ ଜାନଭୀ କପୁର ଲିଡ୍ ରୋଲ ପ୍ଲେ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ତୁଷାର ଜଲୋଟା ଦେଇଛନ୍ତି ।

    ‘ପରମ ସୁନ୍ଦରୀ’ ନିଜ ଟ୍ରେଲର ଏବଂ ସଂଗୀତ ମାଧ୍ୟମରେ ଲୋକଙ୍କ ମନ କିଣିସାରିଛି । ୨୯ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ଆଡଭାନ୍ସ ବୁକିଂ ୨୬ ଅଗଷ୍ଟରେ ଆରମ୍ଭ ହୋଇଥିଲା । ଏକ ରିପୋର୍ଟ ଅନୁଯାୟୀ, ୨୭ ଅଗଷ୍ଟ ରାତି ୧୧ଟା ପର୍ଯ୍ୟନ୍ତ ‘ପରମ ସୁନ୍ଦରୀ’ ନିଜର ପ୍ରଥମ ଦିନ PVR, Inox ଏବଂ Cinepolisରେ ୧୨ ହଜାରରୁ ଅଧିକ ଟିକେଟ ବିକ୍ରି କରିଛି । ଟ୍ରେଡ ଆନାଲିସିସ୍କୁ ଯଦି ଆମେ ବିଶ୍ୱାସ କରିବା ତେବେ ‘ପରମ ସୁନ୍ଦରୀ’ର ଆଡଭାନ୍ସ ବୁକିଂ ଏପର୍ଯ୍ୟନ୍ତ ୪୦ ହଜାର ପର୍ଯ୍ୟନ୍ତ ପହଞ୍ଚିଗଲାଣି ।

    ଏଥି ସହ ଜାଣିରଖନ୍ତୁ ଯେ, କେତେ କୋଟିରେ ଓପନିଂ ହେବ ଫିଲ୍ମ, ‘ପରମ ସୁନ୍ଦରୀ’ ବକ୍ସ ଅଫିସରେ ଭଲ ଓପନିଂ କରିପାରେ । ପ୍ରଥମ ଦିନ ଏହି ଫିଲ୍ମର ସମୁଦାୟ ରୋଜଗାର ୭ରୁ ୮ କୋଟି ବୋଲି ଆଶା କରାଯାଉଛି । ଯେହେତୁ ଫିଲ୍ମର କାହାଣୀ ଭିନ୍ନ ଭିନ୍ନ ରହିଛି । ତେଣୁ ଆଶା କରାଯାଉଛି ଯେ ଫିଲ୍ମଟି ଦର୍ଶକଙ୍କୁ ନିଶ୍ଚିତ ଭାବରେ ଆକର୍ଷିତ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.1kmh
    100 %
    Wed
    26 °
    Thu
    31 °
    Fri
    31 °
    Sat
    32 °
    Sun
    32 °

    ସମ୍ବନ୍ଧିତ