Saturday, April 4, 2026
29 C
Odisha

    ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା ଡାବରଚୁଆ ଡ୍ୟାମ୍

    ଆଗକୁ ପଢନ୍ତୁ

    କେଉଁଝର : ରାଜ୍ୟ ସରକାର ରାଜ୍ୟରେ ନୂତନ ୨୦ ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି। ଏଥିରେ କେଉଁଝର ଜିଲ୍ଲାର ସର୍ବାଧିକ ୭ଟି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର କରାଯିବାକୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ସମର୍ଥ ବର୍ମା ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି।

    ସୂଚନା ଅନୁଯାୟୀ କେଉଁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗରି ପଞ୍ଚାୟତର ୪୯ ନଂ ଜାତୀୟ ରାଜପଥ ନିକଟ ଡାବରଚୁଆ ଡ୍ୟାମ ସାଇଟର ଉନ୍ନତିକରଣ କରାଯାଇ ଏହାକୁ ଏକ ମନୋରମ ପର୍ଯ୍ୟଟନସ୍ଥଳ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଜିଲ୍ଲାର ଆନନ୍ଦପୁର ବ୍ଲକ ବୈତରଣୀର ଦରଗୁଡିଶିଳା, ଘଟଗାଁ ବରାହଟିପୁରା ସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର, ବାଂଶପାଳ ବ୍ଲକର କଇଁଝର ଜଳ ପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳ ପ୍ରପାତ, ତେଲକୋଇର ଟେଣ୍ଟେଇନାଳୀ ଜଳପ୍ରପାତ ଆଦି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ କରାଯିବ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ