Friday, September 20, 2024
24.1 C
Odisha

    ପଶୁ ସମ୍ପଦରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା । ଦୁଗ୍ଧ ଉତ୍ପାଦନ ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶାରେ ପଶୁ ସମ୍ପଦ ସହିତ ଦୁଗ୍ଧ ଉତ୍ପାଦନକୁ ଆଉ ଏକ ପାଦ ଆଗେଇ ନେବା ପାଇଁ ସରକାର ଏହି ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । ଏହି ଯୋଜନା ପାଇଁ ପ୍ରାୟ ୧୪୨୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ରାଜ୍ୟରେ ପଶୁ ସମ୍ପଦ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିବ । ଏ ନେଇ ମୌସୁମୀ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ମୌସୁମୀ ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଓ ଉତ୍ପାଦନ ଓ ଦୁଗ୍ଧ ପ୍ରକ୍ରିୟାକରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବରେ ବୃଦ୍ଧି କରିବା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓମ୍ଫେଡ ପକ୍ଷରୁ ଏକ ନୂତନ ଦୁଗ୍ଧ ପ୍ୟାକେଟ ‘ଗୋଲ୍ଡ ପ୍ଲସ’ ଶୁଭାରମ୍ଭ କରିଥିଲେ । ଏହାସହ A- Help ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି । National Diary Development Bord(NDDB) ଏବଂ Omfed ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଓମଫେଡ ଭେଣ୍ଡିଂ ମେସିନର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଭୁବନେଶ୍ୱରରେ ଖୁବ ଶୀଘ୍ର ଏହି ଓମଫେଡ ଭେଣ୍ଡିଂ ମେସିନ ଆରମ୍ଭ ହେବ । ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଗ୍ରାହକ ଓମଫେଡର ସମସ୍ତ ସାମଗ୍ରୀ ପାଇପାରିବେ । ତେବେ ପ୍ରାଥମିକ ଭାବେ ଜନପଥରେ ଏହି ଭେଣ୍ଡିଂ ମେସିନ ବସେଇବାକୁ ଯୋଜନା କରିଛି ଓମ୍ପଫେଡ । ଏନେଇ ବିଏମସି ସହ ଆଲୋଚନା ହୋଇଛି । ସ୍ଥାନ, ଇଲେକ୍ଟ୍ରି ଭଳି ସୁବିଧାକୁ ଦୃଷ୍ଟିରେ ରଖି ଏହି ଯୋଜନାର ଶୁଭାରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦ଟି ଭେଣ୍ଡିଂ ମେସିନ ବସାଇବା ନେଇ ସୂଚନା ଦେଇଛନ୍ତି ଓମଫେଡର ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତା କୁଲାଙ୍ଗେ । ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ଚ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ ଏହାର ଡେମୋ ପ୍ରଦର୍ଶିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ