Saturday, October 10, 2026
27.9 C
Odisha

    କିଟ୍‍ ରେ ପଢ଼ୁଥିବା କିସ୍‍ର ଶହେ ଛାତ୍ରଛାତ୍ରୀ ପାଇଲେ କ୍ୟାମ୍ପସ ପ୍ଲେସମେଣ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  କିଟ୍‍ ରେ ପଢ଼ୁଥିବା କିସ୍‍ର ୧ଶହ ଛାତ୍ରଛାତ୍ରୀ ଇତି ମଧ୍ୟରେ ବିଭିନ୍ନ କମ୍ପାନୀରେ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଛନ୍ତି । କିଟ୍‍ ରେ ଆଇଟିଆଇ, ପଲିଟେକ୍‍ନିକ୍‍, ବିଟେକ୍‍, ରୁରାଲ ମ୍ୟାନେଜମେଣ୍ଟ ଆଦି ପାଠ୍ୟକ୍ରମରେ ପାଠ ପଢ଼ୁଥିବା କିସ୍‍ର ଏହି ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇବାରେ ସଫଳ ହୋଇଛନ୍ତି । ଏହି ପିଲାଙ୍କ ମଧ୍ୟରୁ କିସ୍‍ର ଶକୁନ୍ତଳା ସୋରେନ୍‍ ଜିଇ ହେଲ୍‍ଥକେୟାର କମ୍ପାନୀରେ ସର୍ବାଧିକ ୯.୫ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଛନ୍ତି । ଏଥିରେ କିସ୍‍ ଛାତ୍ରଛାତ୍ରୀମାନେ ସର୍ବନିମ୍ନ ୪ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ପତ୍ର ପାଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ବ୍ୟତୀତ କିସ୍‍ର ଆଉ କିଛି ଛାତ୍ରଛାତ୍ରୀ ମଧ୍ୟ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

    ସୂଚନାଯୋଗ୍ୟ, ପ୍ରତିବର୍ଷ କିସ୍‍ର ପ୍ରାୟ ୨ଶହ ମେଧାବୀ ଛାତ୍ରଛାତ୍ରୀ କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ବିନାଦେୟରେ ବୈଷୟିକ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି । କିସ୍‍ର ସେହି ମେଧାବୀ ପିଲାମାନେ କିପରି ଭଲ ପାଠ ପଢ଼ି ଯୋଗ୍ୟତା ଅର୍ଜନ କରି ବିଭିନ୍ନ ଜାତୀୟ ଓ ବହୁଜାତିକ କମ୍ପାନୀରେ ନିଯୁକ୍ତି ପାଇବେ ସେଥିପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍‍ କର୍ତ୍ତୃପକ୍ଷଙ୍କ ଜରିଆରେ ବ୍ୟାପକ ବନ୍ଦୋବସ୍ତ କରିଥାନ୍ତି । ଫଳରେ କିସ୍‍ର ଏହି ପିଲାମାନେ ପ୍ଲେସମେଣ୍ଟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଥାନ୍ତି । ଏହି ସଫଳ ଛାତ୍ରଛାତ୍ରୀମାନେ ଆଜି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ ।

    ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶ୍ରୀ ସାମନ୍ତ କହିଲେ, ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାରର ପ୍ରଥମ ଶିକ୍ଷାର୍ଥୀ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି। କିସ୍‍ ରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ସହ ନିଯୁକ୍ତି ମିଳୁଥିବାରୁ ସେମାନଙ୍କ ମଧ୍ୟରେ ନିରକ୍ଷରତା ହ୍ରାସ ପାଇବା ସହ ନିଯୁକ୍ତି ଦେବା ଦିଗରେ କିସ୍‍ର ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ ହୋଇଛି ।

    ସୂଚନାଯୋଗ୍ୟ, ସାମଗ୍ରିକ ଓ ଗୁଣାତ୍ମକ ଶିକ୍ଷା ପରେ କିସ୍‍ ଛାତ୍ରଛାତ୍ରୀଙ୍କ ହାତରେ ନିଯୁକ୍ତି ଦେଇ ଜଣେ ଗରିବ ଜନଜାତି ପିଲା ସମ୍ପୂର୍ଣ୍ଣ ସମାଧାନ କରୁଥିବାରୁ ଜନଜାତିଙ୍କ ମଧ୍ୟରେ କିସ୍‍ ବେଶ ଲୋକପ୍ରିୟ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ ଅତିରିକ୍ତ କୁଳସଚିବ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ