Sunday, January 12, 2025
13.5 C
Odisha

    ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା, ଏଥରକ ମଧ୍ଯ ପୂର୍ବ ବର୍ଷ ଅପେକ୍ଷା କମ ରହିବ ଶୀତ : ଆଇଏମଡି ଡିଜି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି। ବିଶେଷକରି ଉପକୂଳ ଓଡ଼ିଶାରେ ବଦଳିଛି ପାଗ । ଏଥର ଶୀତ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା କମ ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଗକୁ ପାଗ ଶୁଖିଲା ରହିବ ଏବଂ ହାଲୁକା ଶୀତ ଅନୁଭୂତ ହେବ । ବର୍ଷାର ମାତ୍ରା ସଂପୂର୍ଣ୍ଣ କମିଯିବ ବୋଲି ସୂଚନା ଦେଇଛନ୍ତି IMD ଡିଜି । ନଭେମ୍ବର ଯାଇ ଡିସେମ୍ବର ପ୍ରଥମ ସପ୍ତାହ ସରିଗଲାଣି । ହେଲେ ରାଜ୍ୟରେ ଶୀତର ଦେଖା ନାହିଁ । ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ଚଳିତବର୍ଷ ଉଭାନ ହୋଇଯାଇଛି ।

    ଅନ୍ୟପଟେ ଆଜି ସକାଳେ କଟକ ଓ ଭୁବନେଶ୍ବରରେ ମଧ୍ୟମ ଧରଣର ବର୍ଷା ହୋଇଛି । ଏହାଛଡ଼ା ରାଜ୍ୟର ଆଉ କେତକ ଜିଲ୍ଲାରେ ବି ବର୍ଷା ହୋଇଥିବାର ସୂଚନା ରହିଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକରେ କୋହଲା ପାଗ ରହିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    13.5 ° C
    13.5 °
    13.5 °
    80 %
    1.8kmh
    55 %
    Sun
    28 °
    Mon
    29 °
    Tue
    29 °
    Wed
    29 °
    Thu
    29 °

    ସମ୍ବନ୍ଧିତ