Saturday, March 14, 2026
23.2 C
Odisha

    ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ: ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା’ ସମେଲଇଙ୍କ ମନ୍ଦିର ଯାଇ ଲଗ୍ନପତ୍ର ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି । ପ୍ରଚଳିତ ପରମ୍ପରା ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦତ୍ସୋବ ଦିନ ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତମଣ୍ଡଳୀ ସଭା ଆୟୋଜନ କରାଯାଏ ।

    ଏହିଠାରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କରାଯାଇଥାଏ । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା’ ସମେଲଇଙ୍କ ମନ୍ଦିର ଯାଇ ଲଗ୍ନପତ୍ର ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି । ଲଗ୍ନ ନିର୍ଦ୍ଧାରଣ ପାଇଁ ଅଞ୍ଚଳର ଜଣାଶୁଣା ୨୦ ଜଣ ପଣ୍ଡିତଙ୍କୁ ନିମନ୍ତ୍ରଣ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରିବାର ବିଧି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ