Monday, September 29, 2025
28.4 C
Odisha

    ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ: ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା’ ସମେଲଇଙ୍କ ମନ୍ଦିର ଯାଇ ଲଗ୍ନପତ୍ର ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି । ପ୍ରଚଳିତ ପରମ୍ପରା ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦତ୍ସୋବ ଦିନ ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତମଣ୍ଡଳୀ ସଭା ଆୟୋଜନ କରାଯାଏ ।

    ଏହିଠାରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କରାଯାଇଥାଏ । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା’ ସମେଲଇଙ୍କ ମନ୍ଦିର ଯାଇ ଲଗ୍ନପତ୍ର ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି । ଲଗ୍ନ ନିର୍ଦ୍ଧାରଣ ପାଇଁ ଅଞ୍ଚଳର ଜଣାଶୁଣା ୨୦ ଜଣ ପଣ୍ଡିତଙ୍କୁ ନିମନ୍ତ୍ରଣ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରିବାର ବିଧି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    74 %
    1.1kmh
    90 %
    Mon
    30 °
    Tue
    30 °
    Wed
    30 °
    Thu
    28 °
    Fri
    28 °

    ସମ୍ବନ୍ଧିତ