Saturday, June 28, 2025
24.9 C
Odisha

    ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି: ସକାଳ ସାଢେ ୮ଟା ସୁଦ୍ଧା ୩୪.୮ ଡିଗ୍ରୀ ଛୁଇଁଲା ବାଲେଶ୍ବର ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶା ଡହଡହ ତାତିରେ ଜଳୁଛି ।  ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି ।  ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ମୁହଁ ପୋଡ଼ି ପକାଉଛି । ପଶ୍ଚିମରେ ସ୍ଥିତି ଏମିତି, ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୪.୮ ଡିଗ୍ରୀ ପାରଦ ସହ ସବୁଠୁ ଉତ୍ତପ୍ତ ବାଲେଶ୍ବର । ପୁରୀରେ ୩୪.୬, ଭୁବନେଶ୍ବରରେ ୩୩.୪, ଚାନ୍ଦବାଲିରେ ୩୩.୪, ପାରାଦ୍ବୀପରେ ୩୨.୮ ଓ ଗୋପାଳପୁରରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଆଗାମୀ ୪ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ।  ପାଣିପାଗ ବିଭାଗ ପକ୍ଷରୁ ଖରା ଓ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ ।

    ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ। ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ଭୀଷଣ ଗରମ ହେବ। ଗୁରୁବାର ଓ ଶୁକ୍ରବାର ବି ତାତିରୁ ତ୍ରାହି ମିଳିବନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    85 %
    4kmh
    100 %
    Sat
    25 °
    Sun
    25 °
    Mon
    23 °
    Tue
    29 °
    Wed
    30 °

    ସମ୍ବନ୍ଧିତ