Friday, April 3, 2026
39 C
Odisha

    ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଲେଣି ଆତଙ୍କବାଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ୨୦୧୯ରେ ହେପାଜତକୁ ନେଇଥିବା ନେଇ ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ (ଟିଟିପି) ସହିତ ଏନକାଉଣ୍ଟର ସମୟରେ ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ସେନା ଅନୁଯାୟୀ, ମେଜର ମୋଇଜ୍ ଆବାସ ଶାହଙ୍କ ନେତୃତ୍ୱରେ ପାକିସ୍ତାନୀ ସେନା ଦକ୍ଷିଣ ୱାଜିରିସ୍ତାନର ସରଗୋଧା ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ବିରୋଧରେ ଏକ ଅପରେସନ୍ କରୁଥିଲା।

    ଏହି ସମୟରେ, ପାକିସ୍ତାନୀ ସେନା ଏବଂ ତେହରିକ୍-ଏ-ତାଲିବାନ୍ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ପାକିସ୍ତାନୀ ସେନାର ମେଜର ମୋଇଜ୍ ଆବାସ ଶାହ ଏବଂ ଲାନ୍ସ ନାୟକ ଜିବ୍ରାନୁଲ୍ଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପାକିସ୍ତାନୀ ସେନା ଅନୁଯାୟୀ, ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ (ଏସଏସଜି)ରେ ମେଜର ପଦବୀରେ ନିଯୁକ୍ତ ଥିବା ମୋଇଜ୍ ଆବାସ ଶାହ ପାକିସ୍ତାନର ଚକୱାଲ୍ ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କର ବୟସ ୩୭ ବର୍ଷ ପାଖାପାଖି ଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ