Sunday, October 11, 2026
29.5 C
Odisha

    ପାକିସ୍ତାନୀଙ୍କ ପାଇଁ କୋହଳ ଭିସା ନିୟମ: ୟୁନୁସ୍‌ ସରକାରଙ୍କ ନୂଆ ନୀତି

    ଆଗକୁ ପଢନ୍ତୁ

    ଇସଲାମାବାଦ: ବାଂଲାଦେଶର ମହମ୍ମଦ ୟୁନୁସ୍ ସରକାର ପାକିସ୍ତାନ ପାଇଁ ଦ୍ୱାର ଖୋଲିଛନ୍ତି। ଢାକା ପକ୍ଷରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ପ୍ରତିବନ୍ଧକକୁ କୋହଳ କରାଯାଇଛି। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନୀମାନଙ୍କ ପାଇଁ ବାଂଲାଦେଶ ଯାତ୍ରା କରିବା ସହଜ ହୋଇଛି।ପାକିସ୍ତାନୀ ଗଣମାଧ୍ୟମ ଦି ଟ୍ରିବ୍ୟୁନ୍ ଏନେଇ ସୂଚନା ଦେଇଛି ଯେ, ବାଂଲାଦେଶର ରାଷ୍ଟ୍ରଦୂତ ମହମ୍ମଦ ଇକବାଲ ଖାନ ଲାହୋର ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି। ସେ ପାକିସ୍ତାନର ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଗତ ବର୍ଷ ଶେଖ ହସିନା ସରକାରଙ୍କ ପତନ ପରେ ଗଠିତ ହୋଇଥିବା ବାଂଲାଦେଶର ମହମ୍ମଦ ୟୁନୁସ୍ ସରକାର ପାକିସ୍ତାନ ସହ ଘନିଷ୍ଠତା ବଢ଼ାଉଛନ୍ତି।

    ଲାହୋର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଲସିସିଆଇ)ରେ ତାଙ୍କ ଅଭିଭାଷଣରେ ବାଂଲାଦେଶ ରାଷ୍ଟ୍ରଦୂତ ମହମ୍ମଦ ଖାନ ଲାହୋରର ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଶଂସା କରିଛନ୍ତି। ଖାନ କହିଛନ୍ତି, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧିରେ ଲାହୋର ଚାମ୍ବର ଅଫ୍ କମର୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଂଲାଦେଶର ଲୋକମାନେ ପାକିସ୍ତାନକୁ ବହୁତ ସମ୍ମାନ କରନ୍ତି ଏବଂ ଉଭୟ ଦେଶ ପାଇଁ ସେମାନଙ୍କର ଆର୍ଥିକ ତଥା ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବା ଗୁରୁତ୍ୱପୂର୍ଣ୍ଣ।

    ଭିସା ନିୟମ ପରିବର୍ତ୍ତନକୁ ବ୍ୟାଖ୍ୟା କରି ଇକବାଲ ଖାନ କହିଛନ୍ତି, ବାଂଲାଦେଶ ପାକିସ୍ତାନୀମାନଙ୍କ ପାଇଁ ଭିସା ନିୟମକୁ ସହଜ କରିଛି। ବର୍ତ୍ତମାନ ପାକିସ୍ତାନର ନାଗରିକମାନେ ଅନଲାଇନରେ ଭିସା ପାଇଁ ଆବେଦନ କରିପାରିବେ। ଏହି ସମୟରେ, ଏଲସିସିଆଇ ସଭାପତି ମିଆନ ଆବୁ ଜାର ଶାଦ କହିଛନ୍ତି ଯେ, ଖୁବ ଶୀଘ୍ର ପାକିସ୍ତାନ ପ୍ରତିନିଧି ଦଳ ବାଂଲାଦେଶ ଗସ୍ତ କରି ସୁଯୋଗ ଅନ୍ୱେଷଣ କରିବେ।ଗତ ବର୍ଷ ଅଗଷ୍ଟରେ ହୋଇଥିବା ହିଂସାତ୍ମକ ବିରୋଧ ପରେ ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡିବା ପରେ ଆସିଥିବା ମଧ୍ୟବର୍ତ୍ତୀ ସରକାର କ୍ଷମତାକୁ ଆସିବା ମାତ୍ରେ ପାକିସ୍ତାନ ସହ ଚଳାଚଳା ଆରମ୍ଭ କରିଥିଲେ। ୧୯୭୧ ମସିହାରେ ବାଂଲାଦେଶ ଗଠନ ପରେ ପ୍ରଥମ ଥର ପାଇଁ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ଆରମ୍ଭ ହୋଇଥିଲା। ଏଥି ସହିତ ଆସନ୍ତା ଫେବୃଆରୀରେ ବାଂଲାଦେଶ ନୌସେନା ପାକିସ୍ତାନର ବହୁରାଷ୍ଟ୍ରୀୟ ସମରାଭ୍ୟାସ ‘ଅମନ’ରେ ଭାଗ ନେବାକୁ ଯାଉଛି।na

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ