Sunday, October 11, 2026
29.5 C
Odisha

    ଟ୍ରମ୍ପ୍‌ଙ୍କ ଶପଥ ଗ୍ରହଣ ସମାରୋହ:ଭାରତ ପକ୍ଷରୁ ଜୟଶଙ୍କର ଯୋଗଦେବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାନୁଆରି ୨୦ରେ ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଭାରତ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି।ଟ୍ରମ୍ପ-ଭାନ୍ସ ଉଦ୍‌ଘାଟନି କମିଟିର ନିମନ୍ତ୍ରଣ ଅନୁସାରେ ଏସ୍.ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ। ଏହି ଶପଥ ଗ୍ରହଣ ଉତ୍ସବ ଜାନୁଆରି ୨୦ରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିୟର ଡେ ସହିତ ପାଳନ କରାଯିବ। ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳରେ ଟ୍ରମ୍ପ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍‌ଙ୍କୁ ପରାସ୍ତ କରିଥିଲେ।ଡୋନାଲ୍ଡ ଟ୍ରମ୍ପ ୪୭ତମ ଥର ଏବଂ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏଥର ଅନେକ ଭାରତୀୟ ମଧ୍ୟ ତାଙ୍କ ସରକାରରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ