Monday, May 25, 2026
42 C
Odisha

    ପାକିସ୍ତାନ କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୩ ମୃତ, ୪୭ ଆହତ

    ଆଗକୁ ପଢନ୍ତୁ

    ପାକିସ୍ତାନ : ପାକିସ୍ତାନର କ୍ବେଟା ସହରର ରେଲଓେ୍ବ ଟ୍ରାକ ନିକଟରେ ବଡ଼ ବିସ୍ଫୋରଣ । ବିସ୍ଫୋରଣରେ ୨୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସରକାରୀ ହସପିଟାଲରେ ଇମରଜେନ୍ସୀ ଘୋଷଣା କରାଯାଇଛି । ବିସ୍ଫୋରଣ ଯୋଗୁଁ ଏକ ଟ୍ରେନ ଟାକରୁ ଖସିପଡିଥିଲା ।

    ସୂଚନା ମୁତାବକ, କ୍ବୋଟାର କେଣ୍ଟରୁ ଆସୁଥିବା ସଟଲ ଟ୍ରେନକୁ ଚମନ ଫାଟକ ନିକଟରେ ଟାର୍ଗେଟ କରାଯାଇଥିଲା । ଚମନ ଫାଟକ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରେନ । ବିସ୍ଫୋରଣରେ ଇଂଜିନ ସମତେ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ୨ଟି ବଗି ସଂପୂର୍ଣ୍ଣ ଭାବେ ଓଲଟି ପଡିଥିଲା । ପାର୍କିଂରେ ଥିବା ୧୦ଟି ଗାଡ଼ି ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ବିଲିଡିଂର କାଚ ଏବଂ ଝରକା ଭାଙ୍ଗି ଯାଇଥିଲା । ସଂପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ରେସକ୍ୟୁ ଅପରେସନ ଜାରି ରହିଛି । ଘଟଣା ପରେ ପେଶାୱରରୁ ଆସୁଥିବା ଜାଫର ଏକ୍ସପ୍ରେସକୁ କ୍ବୋଟା ରେଲଓେ୍ବ ଷ୍ଟେସନରେ ରୋକି ଦିଆଯାଇଛି ।

    ଘଟଣାକୁ ନେଇ ପାକିସ୍ତାନ ରେଳ ମନ୍ତ୍ରୀ ମହମ୍ମଦ ହନିଫ ଅବ୍ବସୀ କଡ଼ା ନିନ୍ଦା କରିଛନ୍ତି । ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଟିମ୍ କାର୍ଯ୍ୟ କରୁଛି । ରେଳମନ୍ତ୍ରୀ ଅଧିକାରୀଙ୍କୁ ଏହି ଘଟଣାର ରିପୋର୍ଟ ମାଗିଛନ୍ତି । ତେବେ ଏତେ ବଡ଼ ବିସ୍ଫୋରଣ ପରେ ମଧ୍ୟ ଟ୍ରେନ ସେବା ବାଧାପ୍ରାପ୍ତ ହେବନି ବୋଲି ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42 ° C
    42 °
    42 °
    22 %
    2.2kmh
    11 %
    Mon
    43 °
    Tue
    45 °
    Wed
    45 °
    Thu
    46 °
    Fri
    44 °

    ସମ୍ବନ୍ଧିତ