Monday, May 12, 2025
32.1 C
Odisha

    ପାକ୍ ସେନା ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ଘରେ ପହଞ୍ଚିଲେ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ, ପାକିସ୍ତାନ ଉପରେ ବର୍ଷିଲେ

    ଆଗକୁ ପଢନ୍ତୁ

    ଶ୍ରୀନଗର: ଭାରତ-ପାକିସ୍ତାନ ମଧ୍ୟରେ ହୋଇଛି ଅସ୍ତ୍ରବିରତି । ସୀମାରେ ବନ୍ଦ ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି । ବନ୍ଦ ହୋଇଛି ଗୁଳିମାଡ଼, ବନ୍ଦ ହୋଇଛି ଡ୍ରୋନ୍ ଆକ୍ରମଣ । ଆଉ ଇତିମଧ୍ୟରେ ସୀମାରେ ଟିକେ ଶାନ୍ତି ଫେରିଥିବା ବେଳେ ପାକିସ୍ତାନର ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିବାକୁ ପହଞ୍ଚିଛନ୍ତି ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା । ପାକିସ୍ତାନ ସେନାର ଆକ୍ରମଣରେ ପ୍ରାଣ ହରାଇଥିବା ୨ କୁନି କୁନି ଶିଶୁଙ୍କ ଘରକୁ ଯାଇ ସେମାନଙ୍କ ପରିବାକୁ ଭେଟିଛନ୍ତି ଓମାର ଅବଦ୍ଦୁଲା । ଏହା ପୂର୍ବରୁ ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ଆଜି ଘର ଘର ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ।

    ତେବେ ଓମାର ଅବଦ୍ଦୁଲା ଗତ ୩ ଦିନ ତଳର କଥାକୁ ମନେପକାଇ କହିଛନ୍ତି, ୩-୪ ଦିନ ଜମ୍ମୁକାଶ୍ମୀର ଏବଂ ପୁଞ୍ଚରେ ଯୁଦ୍ଧ ଭଳି ପରିସ୍ଥିତି ଥିଲା । ପାକିସ୍ତାନ ସେନାର ଗୁଳିମାଡ଼ରେ ୧୯ ଜଣଙ୍କ ଜୀବନ ଯାଇଛି । ଆଜି ମୁଁ ସେମାନଙ୍କ ଘରକୁ ଆସିଛି, ପୁଞ୍ଚର ଜନସାଧାରଣଙ୍କୁ ଧନ୍ୟବାଦ ସେମାନେ ସେଭଳି ଏକ ବିଷମ ସ୍ଥିତିରେ ଭାଇଚାରା ବଜାୟ ରଖି ପରସ୍ପର ସାହାଯ୍ୟ କରିଥିଲେ ।

    ତେବେ ପାକିସ୍ତାନ ଉପରେ ବର୍ଷିଷନ୍ତି ଓମାର ଅବଦ୍ଦୁଲା । ପାକିସ୍ଥାନ କେବଳ ଗୋଟିଏ ଧର୍ମକୁ ଟାର୍ଗେଟ୍ କରିନି ବରଂ ସେ ସୀମାର ମନ୍ଦିର, ଗୁରୁଦ୍ବାର, ଦରଘା ଆଦି ସବୁ ଧର୍ମାନୁଷ୍ଠାନକୁ ଟାର୍ଗଟ୍ କରିଥିଲା । ଭାରତୀୟ ଯବାନ ପାକିସ୍ତାନର କୌଣସି ମସଜିଦକୁ ଟାର୍ଗେଟ୍ କରିନାହାନ୍ତି । ଏହା ପାକିସ୍ତାନର ମିଛ ପ୍ରୋପାଗୋଣ୍ଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.1 ° C
    32.1 °
    32.1 °
    42 %
    2.9kmh
    70 %
    Mon
    32 °
    Tue
    42 °
    Wed
    42 °
    Thu
    42 °
    Fri
    43 °

    ସମ୍ବନ୍ଧିତ