Saturday, June 28, 2025
30 C
Odisha

    ପାଗରେ ପରିବର୍ତ୍ତନ ହେଉଥିବା ସହ ଦେଖାଦେଉଛି କି ଅନେକ ସ୍ୱାସ୍ଥ୍ୟ ସମସ୍ୟା? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ କେତେବେଳେ ଖରା ତ ପୁଣି କେତେବେଳେ ବର୍ଷା । ଋତୁର ଏମିତି ପରିବର୍ତ୍ତନରେ ପ୍ରାୟ ଅଧିକାଂଶ ଲୋକଙ୍କ ଦେହ ଖରାପ ହୋଇଥାଏ । ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବ୍ୟକ୍ତି କାହାକୁ ଜ୍ୱର ହେଉଛି ତ ପୁଣି କାହାକୁ ଥଣ୍ଡା, କାଶ, ହେଉଛି, ପୁଣି କାହାର ପେଟ ଯନ୍ତ୍ରଣା ମଧ୍ୟ ହେଉଛି । ଏମିତି ପାଣିପାଗ ବଦଳିବା ବେଳେ ଶରୀର ଯତ୍ନ କେମିତି ନିଆଯିବ? କେମିତି ଶରୀର ସୁସ୍ଥ ରହିବ? କଣ ଏହାର ପ୍ରତିକାର? ଆସନ୍ତୁ ଜାଣିବା ।

    ହଠାତ ଖରା ଥିବ ପୁଣି ଆକସ୍ମିକ ଭାବେ ବର୍ଷା ହେବ । ଯାହା ଫଳରେ ଶରୀର ଭିତରେ ଥିବା ଉତ୍ତାପରେ ଏକ ଅସନ୍ତୁଳନ ଅବସ୍ଥା ଆସିଯାଏ । ଏ ଅସନ୍ତୁଳନ ଅବସ୍ଥାକୁ ଆମେ ବର୍ତ୍ତମାନ ପରିସ୍ଥିତିରେ ରୋଗ ଏବଂ ତାର ଚିକିତ୍ସା ଉପରେ ଗୁରୁତ୍ୱ ଦେବାର ଆଵଶ୍ୟକତା ରହିଛି । ଏହି ସମୟରେ ମୁଖ୍ୟତଃ ଥଣ୍ତା, ଛିଙ୍କ, କାଶ ଏବଂ ପେଟ ଜନିତ ସମସ୍ୟା ଦେଖାଯାଇଥାଏ । ତେଣୁ ଏହାର ପ୍ରତିକାର ସ୍ବରୂପ ଦୁଇ ପ୍ରକାର ଚିକିତ୍ସା ନେଇ ପାରିବେ । ଗୋଟିଏ ଘରୋଇ ଉପାୟରେ ଅନ୍ୟଟି ଡାକ୍ତରଙ୍କ ପରାମର୍ଶ ।

    ହଳଦୀ : ଥଣ୍ଡା- କାଶ ଦୂର କରିବା ପାଇଁ ଗୋଟିଏ ଗ୍ଲାସ ଗରମ କ୍ଷୀରରେ ଗୋଟିଏ ଚାମଚ ହଳଦୀ ମିଶାଇ ପିଅନ୍ତୁ । ଏଥିସହ ଶୁଖିଲା ହଳଦୀକୁ ଜଳାଇ ତାହାକୁ ଶୁଘଂନ୍ତୁ ଦେଖିବେ ଆପଣଙ୍କୁ ଆରାମ ଲାଗିବା ସହ ଥଣ୍ଡା ଠିକ୍ ହୋଇଯିବ ।

    ଭୁସି : କାଶକୁ ଠିକ୍ କରିବାର ସବୁଠାରୁ ଭଲ ଉପାୟ ହେଉଛି ଭୁସି । ଏହାକୁ ଦୁଇ ଗ୍ଲାସ ପାଣିରେ ୧୦ ଗ୍ରାମ ଭୁସି, ୫ଟି ଲବଙ୍ଗ ଏବଂ ଟିକେ କଳାଲୁଣ ପକାନ୍ତୁ । ଏହି ମିଶ୍ରଣ ସେପର୍ଯ୍ୟନ୍ତ ଗରମ କରନ୍ତୁ ଯେପର୍ଯ୍ୟନ୍ତ ପାଣି ଅଧା ନହୋଇଯାଇଥିବ । ଏହି ପ୍ରସ୍ତୁତ କାଢ଼ାକୁ ପିଅନ୍ତୁ ଦେଖିବେ ତୁରନ୍ତ କାଶ ଏବଂ ଥଣ୍ଡା ଠିକ୍ ହୋଇଯିବ ।

    ତୁଳସୀ ଏବଂ ଅଦା : ତୁଳସୀ କାଶ ଏବଂ ଥଣ୍ଡା ପାଇଁ ବରଦାନ ସ୍ବରୁପ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ତୁଳସୀର ଦୁଇ ଚାରୋଟି ପତ୍ରକୁ ମହୁ ସହ ମିଶାଇ ଚୋବାନ୍ତୁ । ଏହା ଛଡ଼ା ଆପଣ ତୁଳସୀର ଚା’ ବନାଇ ମଧ୍ୟ ପିଇପାରିବେ । ଏହା ଦ୍ବାରା ଥଣ୍ଡା, କଫ ଏବଂ କାଶରୁ ତୁରନ୍ତ ରକ୍ଷା ମିଳିଥାଏ ।

    ଥଣ୍ଡାରୁ ରକ୍ଷା ପାଇବାର ବହୁତ ଭଲ ଉପାୟ ହେଉଛି ଅଦା ଚୋବାଇବା । ଏଥିସହ ଆପଣ ଅଦାକୁ ଫୁଟାଇ ସେହି ପାଣିକୁ ପିଇବା ଦ୍ବାରା କଫ କମ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30 ° C
    30 °
    30 °
    61 %
    7.1kmh
    100 %
    Sat
    31 °
    Sun
    29 °
    Mon
    26 °
    Tue
    28 °
    Wed
    27 °

    ସମ୍ବନ୍ଧିତ