Sunday, March 8, 2026
21 C
Odisha

    ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ, ପପୁ ଯାଦବଙ୍କର ହେବାକୁ ଥିଲା ଆଜି ଶୁଣାଣି

    ଆଗକୁ ପଢନ୍ତୁ

    ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା ସୁରକ୍ଷାକର୍ମୀ କୋର୍ଟ ଗେଟ୍ ବନ୍ଦ କରିବା ସହିତ ଲୋକମାନଙ୍କୁ ଏଣ୍ଟ୍ରି ପାଇଁ ରୋକିଥିଲେ । ବୋମାରେ ଉଡ଼ାଇବାକୁ ଧମକ ଏକ ଅଜଣା ବ୍ୟକ୍ତିଙ୍କ ମେଲରୁ ଆସିଛି । ଏଥିରେ ସଂପୂର୍ଣ୍ଣ କୋର୍ଟକୁ ଉଡ଼ାଇବାକୁ ଧମକ ମିଳିଛି ।

    ଘଟଣା ବିଷୟରେ ସୂଚନା ମିଳିବା ପରେ ପୀରବହୋର ଥାନା ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ୍, ଡଗ୍ ସ୍କ୍ବାର୍ଡ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସଂପୂର୍ଣ୍ଣ କୋର୍ଟ ପରିସରକୁ ଯାଞ୍ଚ ଚାଲିଛି । ତେବେ ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।

    ପାଟନା ସିଭିଲ କୋର୍ଟକୁ ଗତ ୪ ଦିନ ଭିତରେ ୩ୟ ଥର ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଆଜି ପାଟନା କୋର୍ଟରେ ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ଦୁଇଟି ମାମଲାରେ ଜାମିନ ଆବେଦନକୁ ନେଇ ଶୁଣାଣି ହେବ । ଗତକାଲି ଧମକ ମିଳିଥିବାରୁ ତାଙ୍କୁ ହାଜିରା କରାଯାଇନଥିଲା ଆଉ ଏଥିପାଇଁ ଶୁଣାଣି ଘୁଞ୍ଚିଥିଲା ।

    ତେବେ ପୁଣି ଆଜି ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀଙ୍କ ଚିନ୍ତାର କାରଣ ପାଲଟିଛି । ଏହାଦ୍ବାରା କୋର୍ଟ କାମ ପ୍ରଭାବିତ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21 ° C
    21 °
    21 °
    91 %
    2.1kmh
    0 %
    Sat
    21 °
    Sun
    36 °
    Mon
    37 °
    Tue
    38 °
    Wed
    39 °

    ସମ୍ବନ୍ଧିତ