Wednesday, March 25, 2026
37 C
Odisha

    ପାଣି ଢ଼ାଳି ଫେରିଲା ବେଳେ ଚାଲିଗଲା କାଉଡିଆଙ୍କ ଜୀବନ

    ଆଗକୁ ପଢନ୍ତୁ

    ଶ୍ରାବଣ ମାସର ଦିତୀୟ ସୋମବାରରେ ଏକ ବଡ ଅଘଟଣ ଘଟିଛି। ପାଣି ଢ଼ାଳି ଫେରିଲା ବେଳେ ଜଣେ କାଉଡ଼ିଆଙ୍କ ହୃଦଘାତରେ ମୁତ୍ୟୁ ଘଟିଛି। ମୃତକ ଜଣକ ବରଗଡ଼ ଜ଼ିଲାର ବରପାଲି ଅଞ୍ଚଳର ୨୧ ବର୍ଷିୟ ସୁକେଶ ଦିପ। ବରଗଡ଼ ଜ଼ିଲାର ବରପାଲି ଅଞ୍ଚଳର ୧୪ ଜଣ କାଉଡ଼ିଆ ପାଣି ଢାଳିବା ପାଇଁ ଗୁପ୍ତେଶ୍ୱର ଆସିଥିଲେ। ପାଣି ଢ଼ାଳି ସାରିବା ପରେ ଗୋଟେ ଗାଡ଼ିରେ ମାଛକୁଣ୍ଡ ଓ କୋଲାବ ବୁଲି ଫେରିବା ସମୟରେ ବାଟରେ ସୁକେଶ ଅସୁସ୍ଥ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହା ପରେ ମୃତ କାଉଡିଆଙ୍କ ମୃତଦେହକୁ ମେଡିକାଲରୁ ଏକ ଆମ୍ବୁଲାନ୍ସ ଯୋଗେ ଆସିଥିବା ଅନ୍ୟ କାଉଡ଼ିଆମାନେ ନିଜ ଗାଁ ବରପାଲିକୁ ନେଉଥିଲେ । ଆମ୍ବୁଲାନ୍ସରେ ଯାଉଥିବା ସମୟରେ ନବରଙ୍ଗପୁର ପାଖରେ ଆମ୍ବୁଲାନ୍ସ ଡ୍ରାଇଭରକୁ ପୁଲିସ ଫୋନ କରି ପୁନର୍ବାର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ହସ୍ପିଟାଲକୁ ଆସିବାକୁ କହିଥିଲେ। ରାତିରେ ମୃତ କାଉଡ଼ିଆଙ୍କ ମୃତଦେହ ମେଡିକାଲରେ ଆସି ପହଞ୍ଚିଥିଲା । ମେଡିକାଲ କତ୍ତୃପକ୍ଷଙ୍କ ଅଜଣାତରେ ମେଡିକାଲ୍‌କୁ ଶବ କିପରି ଗଲା ଏ ନେଇ ମେଡିକାଲ କତୃପକ୍ଷଙ୍କ ପାଖରେ ଖବର ମଧ୍ୟ ନ ଥିଲା l ମେଡିକାଲରୁ ମୃତଦେହ ଯିବା ପରେ ମେଡିକାଲ କତୃପକ୍ଷଙ୍କ ପାଖରେ ଖବର ଥିଲା ନା ମେଡିକାଲ ଫାଣ୍ଡିରେ ଖବର ରହିଥିଲା l ଏହି ଘଟଣା ଜଣା ପଡିବା ପରେ ମେଡିକାଲ କତୃପକ୍ଷ ଏ ନେଇ ଥାନା କୁ ଜଣାଇ ଥିଲେ l ପୋଲିସ ର ହସ୍ତକ୍ଷେପ ପରେ ଯାଉଥିବା ଶବ ନବରଙ୍ଗପୁରରୁ ପୁଣି କୋରାପୁଟ ଫେରିଥିଲା l ସାଙ୍ଗରେ ଆସିଥିବା ସାଙ୍ଗ ମାନେ ଆଜି କୋରାପୁଟ ସଦର ଥାନା ରେ ଲିଖିତ ଭାବେ ଅଭିଯୋଗ କରିବା ପରେ ମୃତଦେହ ବ୍ୟବଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ସଦର ଥାନା ଅଧିକାରୀ ରୁନୁବାଳା ମାଝୀ ସୂଚନା ଦେଇଛନ୍ତି l ମେଡିକାଲରେ ଏତେ ସୁରକ୍ଷା କର୍ମୀ ନିୟୋଜିତ ରହିଥିବା ସତ୍ୱେ ମେଡିକାଲରୁ କେମିତି ମୃତଦେହ ଗାଏବ ହୋଇଗଲା ତା’ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ