Saturday, October 10, 2026
22.4 C
Odisha

    ପାଣି ବୋତଲ‌‌ ବିକ୍ରି ପାଇଁ ଆସିବ ନୂଆ ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ନିୟମ। ପାଣି ବୋତଲ ବିକ୍ରି କ୍ଷେତ୍ରରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଏଣିକି ପାଣି ବୋତଲ ବିକ୍ରି କରିବାକୁ ହେଲେ କମ୍ପାନୀଗୁଡ଼ିକୁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ।
    ଏହି ନୂଆ ନିୟମକୁ ସରକାର ଆସନ୍ତା ଜୁନ୍ ମାସରୁ ଲାଗୁ କରିବାକୁ ଯାଉଛନ୍ତି। ଯଦି ଏହା ହୁଏ, ତେବେ ବଜାରରେ ବିକ୍ରି ହେଉଥିବା ସାଧାରଣ ବୋତଲ ଗାଏବ ହୋଇଯିବ। ବିଶେଷକରି ବିଦେଶରୁ ଆମଦାନୀ ହେଉଥିବା ବୋତଲ ଉପରେ ଏହି ନୂଆ ନିୟମର ପ୍ରଭାବ ଅଧିକ ପଡ଼ିବାର ସମ୍ଭାବନା ରହିଛି।

    କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଯୋଜନାନୁଯାୟୀ, ବିଆଇଏସ୍ ମାର୍କ ନ ଥିଲେ କୌଣସି କମ୍ପାନୀ ଦେଶରେ ପାଣି ବୋତଲ ବିକ୍ରି କରିପାରିବନାହିଁ। ବର୍ତ୍ତମାନ ଦେଶର ଅଧିକାଂଶ କମ୍ପାନୀ ତମ୍ବା, ଷ୍ଟେନ୍ଲେସ୍ ଷ୍ଟିଲ୍ ଓ ଆଲୁମିନିୟମ୍ ପାଣି ବୋତଲ ଆମଦାନୀ କରୁଛନ୍ତି। ଏବେ ବିଆଇଏସ୍ ନିୟମ ଲାଗୁ ହେଲେ ଭାରତୀୟ କମ୍ପାନୀ ଏହି ବୋତଲଗୁଡ଼ିକୁ ନିଜ ଦେଶରେ ଉତ୍ପାଦନ କରିବାକୁ ବାଧ୍ୟ ହେବେ। ମନ୍ତ୍ରଣାଳୟ କମ୍ପାନୀଗୁଡ଼ିକୁ ବିଆଇଏସ୍ ପ୍ରମାଣପତ୍ର ହାସଲ କରିବା ପାଇଁ ଜୁନ୍ ୨୪ ପର୍ଯ୍ୟନ୍ତ ସମୟ ଦେଇଛି। ଏହାପରେ ଖୁଚୁରା ଏବଂ ଇ-କମର୍ସ ବଜାରରୁ ଅନେକ ବୋତଲ ବ୍ରାଣ୍ଡ୍ ଉଭେଇଯିବେ ବୋଲି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞମାନେ ମତ ରଖିଛନ୍ତି। ଦେଶର ବଡ଼ କମ୍ପାନୀଗୁଡ଼ିକ ଏହି ପ୍ରସଙ୍ଗରେ ନିରବ ରହିଥିବା ବେଳେ ଛୋଟ କମ୍ପାନୀଗୁଡ଼ିକ ଏହା ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ ନୂତନ ନିୟମ ସେମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇବ। କାରଣ ପାଣି ବୋତଲ ବଜାରରେ ବଜାରରେ ଏହି କମ୍ପାନୀଗୁଡ଼ିକର ବଜାର ଅଂଶ ପାଖାପାଖି ୩୦ ପ୍ରତିଶତ ରହିଛି। ଗତ ବର୍ଷ ଜୁଲାଇ ମାସରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିଲା। ୬ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାର ଥିଲା। ବର୍ତ୍ତମାନ ଏହା ଜୁନ୍, ୨୦୨୪ରେ କାର୍ଯ୍ୟକାରୀ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ