Saturday, October 10, 2026
22.4 C
Odisha

    ବିକାଶକୁ ବିରୋଧ କରୁଥିବା ବିରୋଧୀ କେବେ ସଫଳ ହେବେ ନାହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ତଥା ଦଳର ଶୀର୍ଷ ତାରକା ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ହିଞ୍ଜିଳିର ସମରଝୋଳ ଓ ଶେରଗଡରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା ସହ ନିର୍ବାଚନ ପାଇଁ ରଣହୁଙ୍କାର ଦେଇଛନ୍ତି ନବୀନ।

    ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ମୁଁ ଚିର ଋଣୀ । ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ମୋର ପରିବାର । ଏମାନଙ୍କ ପାଇଁ ମୁଁ କାମ କରି ଚାଲିଛି ଏବଂ ଶେଷ ଯାଏଁ କରିବି । ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ । ଏଥିସହ ଯୋଡ଼ି ଶଙ୍ଖ ବିକାଶର ପରିଚୟ ଏବଂ ଓଡ଼ିଶାର ପରିଚୟ ବୋଲି କହି ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ ପଟ୍ଟନାୟକ । ଏଥି ସହିତ ଦୁଇଟି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀ ଦଳ ଗୁଡିକ ସବୁ କଥାରେ ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି ଆସୁଛନ୍ତି। ବିକାଶ ହେଉଛି ଆମର ପରିଚୟ। ମାତ୍ର ବିକାଶକୁ ବିପକ୍ଷ ଦଳ ବିରୋଧ କରୁଛନ୍ତି। ଏଭଳି ବିରୋଧୀଙ୍କ ଅସଲ ରୂପ ଲୋକ ଜାଣନ୍ତି। ଲୋକେ ଏହାର ଜବାବ ଦେବେ। ବିରୋଧୀ ବିକାଶକୁ ନେଇ ଅପପ୍ରଚାର କରୁଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ। ଏହି ନିର୍ବାଚନର ଓଡ଼ିଶା ବିଧାନସଭାରେ ବିପୁଳ ବିଜୟ ହାସଲ କରିବ ବିଜେଡି। ଲୋକସଭାରେ ବହୁତ୍ ଭଲ କରିବ। ଯୋଡି ଶଙ୍ଖ ଓଡ଼ିଶାର ବିକାଶର ପରିଚୟ । ଯୋଡି ଶଙ୍ଖଙ୍କୁ ଆଶିର୍ବାଦ କରନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ