Monday, January 12, 2026
25.7 C
Odisha

    ପାହାଳ ରସଗୋଲାକୁ ନେଇ ଏମିତି କଥା କହିଦେଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଓଡ଼ିଶା ବିଖ୍ୟାତ ପାହାଳ ରସଗୋଲାର ସ୍ବାଦ ଚାଖିଛନ୍ତି। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ  ଭୁବନେଶ୍ୱର ଫେରିବା ବାଟରେ କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର ପାହାଳ ମିଠା ବଜାରରେ ଅଟକିଥିଲା। ଉଭୟ କାରରୁ ଓହ୍ଲାଇ ସିଧା ମା’ ତାରିଣୀ ମିଷ୍ଟାନ୍ନ ଭଣ୍ଡାରକୁ ଯାଇଥିଲେ। ମିଠା ଦୋକାନରେ ଥିବା ପ୍ଲାଷ୍ଟିକ ଚେୟାରରେ ଉଭୟ ସି ମାଲିକଙ୍କୁ ପାଖକୁ ଡାକିଥିଲେ। ମାଲିକ ଆଲୋକ ଓ ତାଙ୍କ ଭଣଜା ଦେବୀ ପ୍ରସାଦ ପ୍ଲେଟ୍‌ରେ ଗୋଟିଏ ଲେଖାଏଁ ଗରମ ରସଗୋଲା ଖାଇବାକୁ ଦେଇଥିଲେ। ରସଗୋଲା ସହିତ କିଛି ଛେନା ଖାଇଥିଲେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ। ଖାଇସାରିବା ପରେ ରସଗୋଲାର ପ୍ରଶଂସା କରିବା ସହ ଭଲ ଟେଷ୍ଟି ଓ ସଫ୍ଟ ଅଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ। ପ୍ରାୟ ୧ ହଜାର ଟଙ୍କାର ରସଗୋଲା ଓ ଛେନାଗଜା ପାର୍ସଲ ଆକାରରେ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    19 %
    2.5kmh
    1 %
    Mon
    27 °
    Tue
    28 °
    Wed
    28 °
    Thu
    30 °
    Fri
    30 °

    ସମ୍ବନ୍ଧିତ