Saturday, March 14, 2026
28.9 C
Odisha

    ପାହାଳ ରସଗୋଲାକୁ ନେଇ ଏମିତି କଥା କହିଦେଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଓଡ଼ିଶା ବିଖ୍ୟାତ ପାହାଳ ରସଗୋଲାର ସ୍ବାଦ ଚାଖିଛନ୍ତି। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ  ଭୁବନେଶ୍ୱର ଫେରିବା ବାଟରେ କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର ପାହାଳ ମିଠା ବଜାରରେ ଅଟକିଥିଲା। ଉଭୟ କାରରୁ ଓହ୍ଲାଇ ସିଧା ମା’ ତାରିଣୀ ମିଷ୍ଟାନ୍ନ ଭଣ୍ଡାରକୁ ଯାଇଥିଲେ। ମିଠା ଦୋକାନରେ ଥିବା ପ୍ଲାଷ୍ଟିକ ଚେୟାରରେ ଉଭୟ ସି ମାଲିକଙ୍କୁ ପାଖକୁ ଡାକିଥିଲେ। ମାଲିକ ଆଲୋକ ଓ ତାଙ୍କ ଭଣଜା ଦେବୀ ପ୍ରସାଦ ପ୍ଲେଟ୍‌ରେ ଗୋଟିଏ ଲେଖାଏଁ ଗରମ ରସଗୋଲା ଖାଇବାକୁ ଦେଇଥିଲେ। ରସଗୋଲା ସହିତ କିଛି ଛେନା ଖାଇଥିଲେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ। ଖାଇସାରିବା ପରେ ରସଗୋଲାର ପ୍ରଶଂସା କରିବା ସହ ଭଲ ଟେଷ୍ଟି ଓ ସଫ୍ଟ ଅଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ। ପ୍ରାୟ ୧ ହଜାର ଟଙ୍କାର ରସଗୋଲା ଓ ଛେନାଗଜା ପାର୍ସଲ ଆକାରରେ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ