Wednesday, June 18, 2025
25.3 C
Odisha

    ପିଆଜ ଚୋପାରେ ରହିଛି ଜବରଦସ୍ତ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    ଆଗକୁ ପଢନ୍ତୁ

    ସାଧାରଣ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ ହୋଇଥାଏ ପିଆଜ । ପିଆଜର ବ୍ୟବହାର ଏବଂ ଉପକାର ବିଷୟରେ ତ ଆପଣ ଅବଗତ ଥିବେ । ପିଆଜ ଖାଇବା ଦ୍ୱାରା ଆମ ଶରୀରକୁ ଖୁବ ଲାଭ ମିଳିଥାଏ । ଏହାର ସେବନ କରିବା ଦ୍ୱାରା କେଶ ଘନ ଓ ତ୍ୱଚା ସୁନ୍ଦର ମଧ୍ୟ ହୋଇଥାଏ ।  କିନ୍ତୁ ଆପଣ ଡଷ୍ଟବିନରେ ଫୋପାଡ଼ୁଥିବା ପିଆଜ ଚୋପା ଉପକାରିତା ବିଷୟରେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ପିଆଜ ଚୋପାରେ ଲୁଚିରହିଥିବା ଉପକାରୀତା ବିଷୟରେ ।

    ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ । ଏହାପରେ ଆପଣଙ୍କ ପାଟିକୁ ଭଲ ଲାଗିନପାରେ, କିନ୍ତୁ ଆପଣ ଚାହିଁଲେ ଏଥିରେ ଚିନି କିମ୍ବା ମହୁ ସହ ମିଶାଇ ନେଇ ପାରିବେ । ଏଥି ସହ ଏହା କୋଲେଷ୍ଟ୍ରେଲ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ।

    ଚର୍ମ ସଂକ୍ରମଣ ପାଇଁ ବହୁ ଲାଭକାରୀ ପିଆଜ ଚୋପା । ଏଥିପାଇଁ ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହି ପାଣିରେ ଗାଧାନ୍ତୁ । ଏପରି ନିୟମିତ କଲେ ସଂକ୍ରମଣରୁ ଶୀଘ୍ର ମୁକ୍ତି ମିଳିବ ।

    ମହିଳାମାନେ କେଶକୁ ସୁନ୍ଦର ରଖିବା ସହ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ । ପରେ ଧିରେଧିରେ ଏହାର ପାର୍ଥକ୍ୟ ଆପଣ ନିଜେ ଜାଣିପାରିବେ ।

    ବହୁ ପୁରୁଷ ଓ ମହିଳାଙ୍କ ମୁହଁରେ ବିଭିନ୍ନ ଦାଗ ଥାଏ । ନିୟମିତ ପିଆଜର ଚୋପାକୁ ବ୍ୟବହାର କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଦାଗହୀନ ଚେହେରା ପାଇଁ ଆପଣ ବହୁତ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ ନିଶ୍ଚୟ । କିନ୍ତୁ ପ୍ରାକୃତିକ ଭାବେ ହଳଦି ସହ ମିଶାଇ ପିଆଜ ଚୋପାକୁ ବ୍ୟବହାର କରନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ । ଏହା ଦ୍ୱାରା ମୁହଁର ସମସ୍ତ ଦାଗ ଦୂର ହୋଇଥାଏ ।

    ପିଆଜର ଚୋପାକୁ ପାଣିରେ ପକାଇ ୮ ଘଣ୍ଟା ରଖି ଦିଅନ୍ତୁ । ଏହାପରେ ଏହାକୁ ସେବନ କରନ୍ତୁ । ଦେଖିବେ ଗଳା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଜାଣିରଖନ୍ତୁ ଯେ, ପିଆଜ ଚୋପା ବହୁ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
    ବହୁ ସମୟରେ ଥଣ୍ଡା ଜନିତ ସମସ୍ୟା କାରଣରୁ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ସେହି ସମୟରେ ପିଆଜର ଚୋପାକୁ ପାଣିରେ ଫୁଟାଇ ଏହାକୁ ସାମାନ୍ୟ ଥଣ୍ଡା କରନ୍ତୁ । ଏହାପରେ ସେହି ପାଣିକୁ କୁଳୁକୁଳୁ କରନ୍ତୁ । ଏପରି ଦିନକୁ ୨ଥର କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ ।

    ପିଆଜ ଚୋପାରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି । ଯଦି ଆପଣଙ୍କର ଆଲର୍ଜି ହେଉଥିବ ଏବଂ ମୁହଁ କୁଣ୍ଡାଇ ହେଉଥିବ, ତାହେଲେ ପିଆଚ ଚୋପା ଆପଣଙ୍କୁ ମୁକ୍ତି ଦେଇପାରିବ । ଏଥିପାଇଁ ଆପଣ ପିଆଜ ଚୋପାକୁ ରାତିରେ ଭଲ ଭାବେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ସେହି ପାଣିରେ ମୁହଁ ଧୁଅନ୍ତୁ । ଯଦି ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଈଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ବ୍ୟବହାର କରନ୍ତୁ ପିଆଜ ଚୋପା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    77 %
    1.8kmh
    100 %
    Wed
    25 °
    Thu
    26 °
    Fri
    31 °
    Sat
    32 °
    Sun
    34 °

    ସମ୍ବନ୍ଧିତ