Friday, April 3, 2026
33.6 C
Odisha

    ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜ୍ୟରେ ବଢିବ ପିଏମ କିଷାନ ହିତାଧିକାରୀଙ୍କ ସଂଖ୍ୟା। କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ଯେଉଁ ଚାଷୀମାନେ କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଉଛନ୍ତି ହେଲେ ପିଏମ କିଷାନ ଟଙ୍କା ପାଉନାହାନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ପିଏମ କିଷାନ ଯୋଜନାରେ ଟଙ୍କା ଦିଆଯିବ। କାଳିଆ ଯୋଜନାରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର ୩୧ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାକୃତିକ ଏବଂ ଜୈବିକ କୃଷିର ପ୍ରଚାର ପ୍ରସାର ପାଇଁ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ ହେବ । ସେଥିପାଇଁ ଖୁବ ଶୀଘ୍ର ତାଲିମ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ସବଡିଭିଜନ ସ୍ତରରେ ୫୮ ଟି ଶୀତଳ ଭଣ୍ଡାର ନିର୍ମାଣ ହେବା । ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ଉତ୍ପାଦନଠୁ ମାର୍କେଟିଙ୍ଗ ଯାଏଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାକୁ ଚୂଡ଼ାନ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ