Wednesday, January 14, 2026
25.7 C
Odisha

    ପୀତବାସ ହତ୍ୟା ମାମଲା : ୯ ସୁଦ୍ଧା ସିଡି ଦାଖଲ ନିର୍ଦେଶ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର   :   ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସନ୍ତା ୯ ତାରିଖ ସୁଦ୍ଧା ଅଦାଲତରେ କେସ ଡାଏରୀ(ସିଡି) ଦାଖଲ କରିବାକୁ ଜିଲ୍ଲା ଜଜ ମାମଲାର ତଦନ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସମେତ ମୋଟ ୫ ଜଣଙ୍କୁ ଖଲାସ କରିବା ପାଇଁ ଦାୟର ହୋଇଥିବା ପିଟିସନର ଶୁଣାଣି ବେଳେ ଜିଲା ଜଜ୍ ପୁଲିସକୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ସିଡି ଦାଖଲ ପାଇଁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସରଞ୍ଜନ ଛୋଟରାୟ ଅଦାଲତକୁ କିଛିଦିନ ସମୟ ମାଗିଥିଲେ। ସେହିକ୍ରମରେ ଆସନ୍ତା ୯ ତାରିଖ ସୁଦ୍ଧା ସିଡି ଦାଖଲ ପାଇଁ ଅଦାଲତ ଅନୁମତି ଦେଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    20 %
    3.6kmh
    5 %
    Wed
    27 °
    Thu
    28 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ