Wednesday, September 24, 2025
23.7 C
Odisha

    ପୁଟିନଙ୍କ ସହ ଆଲୋଚନା ପୂର୍ବରୁ ବିବାଦୀୟ ବୟାନ ଦେଲେ ଟ୍ରମ୍ପ, ଭାରତ ଉପରେ ଟାରିଫ ଦ୍ବାରା ରୁଷିଆ ଅର୍ଥନୀତି ପ୍ରଭାବିତ

    ଆଗକୁ ପଢନ୍ତୁ

    ଟାରିଫ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି । ଭାରତ ଉପରେ ଟାରିଫ ରୁଷର ଅର୍ଥନୀତିକୁ ଦୋହଲାଇଦେଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆଲାସ୍କାରେ ପୁଟିନଙ୍କ ସହ ଆଲୋଚନା ପୂର୍ବରୁ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଟ୍ରମ୍ପ ।

    ଭାରତର ରୁଷଠୁ ତୈଳ କିଣିବା ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ ଟାରିଫ ରୁଷ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି । ଟ୍ରମ୍ପ ଗତ ସପ୍ତାହରେ ଭାରତ ଉପରେ ଶୁଳ୍କକୁ ୫୦ ପ୍ରତିଶତକୁ ବଢାଇଛନ୍ତି। ଯାହା ଦୁଇଟି ପର୍ଯ୍ୟାୟରେ ଲାଗୁ ହୋଇଛି । ୩୦ ଜୁଲାଇରେ ୨୫ ପ୍ରତିଶତ ଶୁଳ୍କ ଓ ୭ ଅଗଷ୍ଟରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି ।

    ଟ୍ରମ୍ପ କହିଛନ୍ତି, ଭାରତ ରୁଷଠୁ ସବୁଠାରୁ ବଡ଼ କିମ୍ବା ଦ୍ୱିତୀୟ ବଡ଼ ତୈଳ କ୍ରେତା” ହୋଇଥିବାରୁ ଏହି ଶୁଳ୍କ ରୁଷିଆର ଅର୍ଥନୀତିକୁ “ବିଶେଷ ଭାବେ ବିଚଳିତ” କରିଛି । ଭାରତ ଉପରେ ଶୁଳ୍କ ରୁଷିଆର ଅର୍ଥନୀତିକୁ ଦୁର୍ବଳ କରିଥିବା ଟ୍ରମ୍ପ ଦାବି କରିଛନ୍ତି । ଏପଟେ ଆମେରିକାର ଟାରିଫକୁ ଅନ୍ୟାୟ, ଅଯୌକ୍ତିକ ଏବଂ ଅଗ୍ରହଣୀୟ” ବୋଲି କହିଛି ଭାରତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    92 %
    1.4kmh
    100 %
    Wed
    24 °
    Thu
    28 °
    Fri
    29 °
    Sat
    27 °
    Sun
    26 °

    ସମ୍ବନ୍ଧିତ