Thursday, August 28, 2025
27.1 C
Odisha

    ପୁଣି ଚର୍ଚ୍ଚାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍, ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି । କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ, ସେ ନେଇ ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା ଆବଶ୍ୟକ।

    ଏ ନେଇ କେନ୍ଦ୍ର ସରକାରଙ୍କୁ ଏକ ସମ୍ୱନ୍ୱିତ ପ୍ରସ୍ତାବ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁରେଶ ପୂଜାରୀ । ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି, ମହାରାଷ୍ଟ୍ରକୁ ମିଳିଛି ଆଉ ଏକ ହାଇକୋର୍ଟ ବେଞ୍ଚ। କୋଲ୍ହାପୁରରେ ଏହି ବେଞ୍ଚ ଅଗଷ୍ଟ ୧୮ରୁ କାର୍ଯ୍ୟକ୍ଷମ ହେବ ।

    ହେଲେ ଦଶନ୍ଧି ଦଶନ୍ଧିର ଦାବି ସତ୍ତ୍ବେ ଓଡ଼ିଶାରେ ଆଜି ଯାଏଁ ଏହା ପୂରଣ ହୋଇ ପାରିଲାନି । ଯଦି ମହାରାଷ୍ଟ୍ର ବିଜେପି ସରକାର କୋଲ୍ହପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ କରି ପାରିଲେ, ଓଡ଼ିଶାରେ ବିଜେପି ସରକାର କାହିଁକି କରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.1 ° C
    27.1 °
    27.1 °
    90 %
    1.5kmh
    82 %
    Thu
    26 °
    Fri
    30 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ