Saturday, April 11, 2026
37.2 C
Odisha

    ପୁଣି ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

    ଆଗକୁ ପଢନ୍ତୁ

     

    ପୂର୍ବରୁ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆସନ୍ତା ୧୩ରେ ଶେଷ ହେବାର ଥିଲା । କିନ୍ତୁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମିଳିତ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହାକୁ ଆଉ ୯ ମାସ ବଢ଼ାଇ ଦେଇଛନ୍ତି । ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ନିଷ୍ପତ୍ତି ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି ଭାବେ ଦେଖାଯାଉଛି। କାର୍ଯ୍ୟକାଳ ବଢ଼ିବା ଫଳରେ ଏବେ ଶୁଣାଣି ଜାରି ରହିପାରିବ ଏବଂ ବିନା କୌଣସି ନିଷ୍ପତ୍ତିରେ ମାମଲାଟି ବନ୍ଦ ହେବାର ଭୟ ରହିବ ନାହିଁ । ୨୦୧୮ ମସିହାରେ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା । ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ୍ ଓ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଜଳ ପ୍ରବାହ କମୁଥିବା ନେଇ ରାଜ୍ୟ ସରକାର ବାରମ୍ବାର ଅଭିଯୋଗ କରିଆସୁଛନ୍ତି ।

    ପୂର୍ବରୁ ଅଧ୍ୟକ୍ଷ ପଦ ପ୍ରାୟ ୯ ମାସ ଖାଲି ପଡ଼ିଥିବାରୁ ଶୁଣାଣି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଏହି କାରଣରୁ ଉଭୟ ରାଜ୍ୟ ଉପଯୁକ୍ତ ବିଚାର ପାଇଁ ଅଧିକ ସମୟ ମାଗିଥିଲେ । ନିକଟରେ ଟ୍ରିବ୍ୟୁନାଲର ପ୍ରତିନିଧି ଦଳ ଉଭୟ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ପରଖିଛନ୍ତି । ଏବେ କାର୍ଯ୍ୟକାଳ ବଢ଼ିବା ପରେ ଟ୍ରିବ୍ୟୁନାଲଙ୍କ ପାଖରେ ସମସ୍ତ ପ୍ରମାଣ ଏବଂ ଯୁକ୍ତିକୁ ପରୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବା ପାଇଁ ପର୍ଯ୍ୟାପ୍ତ ସମୟ ରହିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ