ଭୁବନେଶ୍ୱର : ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ କରିବେ ଟିମ୍ ଇଣ୍ଡିଆର କିଛି ଖେଳାଳି । କୋଚ ଗୌତମ ଗମ୍ଭୀର, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, ତିଳକ ବର୍ମା, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଖେଳାଳି ପୁରୀ ଗସ୍ତ କରିଛନ୍ତି । T20 ସିରିଜ୍ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବ ଟିମ୍ ଇଣ୍ଡିଆ ।
କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ । ଆଜି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିନିକିଆ ସିରିଜରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା । ଏବେ ଟି-୨୦ ସିରିଜ୍ ଅଭିଯାନ ବାରବାଟୀ ବିଜୟରୁ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି ।

