Sunday, January 18, 2026
14.3 C
Odisha

    ପୁରୀ ପରେ ଆଜି ରଘୁରାଜପୁର ଯିବେ ମୁଖ୍ୟ ନିର୍ବାଚନ କମିଶନର

    ଆଗକୁ ପଢନ୍ତୁ

    ପୁରୀ : ଆଜି ରଘୁରାଜପୁର ଯିବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ପରେ ଧଉଳି ଶାନ୍ତିସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୨୯ତାରିଖ ଅପରାହ୍ଣ ୩ଟାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ କରିବେ। ସେହିଦିନ ରାତିରେ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ରହିଛି।

    ସୂଚନା ଅନୁଯାୟୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର । ଗତକାଲି ସିଇସି ଶ୍ରୀ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପରିବାର ସହିତ ପହଞ୍ଚିବା ପରେ ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ କୋଣାର୍କ ଗସ୍ତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    14.3 ° C
    14.3 °
    14.3 °
    27 %
    1.2kmh
    17 %
    Sun
    30 °
    Mon
    31 °
    Tue
    32 °
    Wed
    31 °
    Thu
    29 °

    ସମ୍ବନ୍ଧିତ