Sunday, October 11, 2026
22.1 C
Odisha

    ଦାରିଙ୍ଗବାଡି ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡି  : ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ରାଜ୍ୟ ସ୍ତରୀୟ ମହୋତ୍ସବ ଭାବେ ଉଭା ହୋଇଥିବା ଏହି ମହୋତ୍ସବ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକେ ଅପେକ୍ଷା କରି ରହିଛନ୍ତି। ଚଳିତ ବର୍ଷ ଏହି ମହୋତ୍ସବ ନିଆରା ଢଙ୍ଗରେ ପାଳିତ ହେବ। ବିଡ଼ିଓ  ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥ ଏହି ମହୋତ୍ସବକୁ ଲୋକାଭିମୁଖୀ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ମହୋତ୍ସବରେ ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକ, ପୂର୍ବତନ ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଧାନ ସଭାର ବାଚସ୍ପତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମଧ୍ୟ ଅତିଥିଭାବେ ଯୋଗଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି।
    ଗତକାଲି ନବରଙ୍ଗପୁର ବିଧାୟକଙ୍କୁ ବିଡିିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ କମିଟିର ଅନ୍ୟ ସଦସ୍ୟ ତଥା ଆଇନଜୀବୀ ହରେନ କୁମାର ସାହୁ, ବଣିକ ସଙ୍ଘର ଉପସଭାପତି ଦିଲୀପ କୁମାର ସାହୁ, ଭାଜପା ମଣ୍ଡଳର ସାଧାରଣ ସମ୍ପାଦକ ରୁଦ୍ରମାଧବ ସାହୁ, ଉପସଭାପତି ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା। ଏଥିରେ ବିଧାୟକ ମହୋତ୍ସବରେ ଯୋଗଦେବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ