Friday, October 18, 2024
25 C
Odisha

    ପୂଜା ପାଇଁ ବ୍ୟବହାର ଘିଅରୁ ଦୁର୍ଗନ୍ଧ ବଳଦେବଜୀଉ ଭକ୍ତଙ୍କ ମହଲରେ ଅସନ୍ତୋଷ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ହେଉଥିବା ପ୍ରସାଦରେ ନକଲି ଘିଅ ବ୍ୟବହାର ହେଉଥିବା ନେଇ ଅଭିଯୋଗ ଉଠିଛି । କେବଳ ପ୍ରସାଦରେ ବ୍ୟବହାର ହେଉଛି ତାହା ନୁହେଁ, ମନ୍ଦିର ଆଳତୀଠାରୁ ଆରମ୍ଭ କରି ଭୋଗ ପର‌୍ୟ୍ୟନ୍ତ ଏହି ନକଲି ଘିଅ ବ୍ୟବହୃତ ହେଉଥିବା ନେଇ ଅଭିଯୋଗ ଉଠିବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଘିଅ ଯୋଗାଉଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏମିତିକି ମନ୍ଦିରରେ ବ୍ୟବହୃତ ଘିଅର ମାନ ନେଇ ସେବାୟତ ନୃସିଂହ ପ୍ରସାଦ ପତ୍ରୀ ପ୍ରଶ୍ନ ଉଠାଇଛନ୍ତି । ଗୁରୁବାର ଦିନ ଦ୍ୱିିପ୍ରହର ଧୂପ ପାଇଁ ପ୍ରସ୍ତୁତ ପ୍ରସାଦରେ ବ୍ୟବହାର ହୋଇଥିବା ଘିଅରୁ ଉତ୍କଟ ଦୁର୍ଗନ୍ଧ ବାହାରିଥିବା ନେଇ ସେ ଦେବୋତ୍ତର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଘିଅ ଟିଣରେ ପ୍ରସ୍ତୁତି ଏବଂ ଏକ୍ସପାରି ତାରିଖ ମଧ୍ୟ ଲେଖା ନଥିବା ଜଣାପଡ଼ିଥିଲା । ଏ ନେଇ ଅଭିଯୋଗ ପାଇବା ପରେ ତୁରନ୍ତ ମହଜୁଦ ଥିବା ଘିଅ ମନ୍ଦିର କର୍ତ୍ତୃପକ୍ଷ ଫେରାଇ ନେଇଥିଲେ । ପରେ ଦେବୋତ୍ତର କାର୍ଯ୍ୟାଳୟ ପକ୍ଷରୁ ନୂଆ ଘିଅ ଯୋଗାଇ ଦିଆଯାଇଥିଲା । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସେବାୟତ ନୃସିଂହ ପ୍ରସାଦ ପତ୍ରି ଏବଂ ନିତ୍ୟାନନ୍ଦ ମହାନ୍ତି ତୁରନ୍ତ ଘଟଣାର ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅପରପକ୍ଷେ କଟକ ଦୁଗ୍ଧ ସଂଘ ପକ୍ଷରୁ ମନ୍ଦିର ପରିସରରେ ଗଚ୍ଛିତ ଥିବା ଘିଅ ଟିଣଗୁଡ଼ିକୁ ଯାଞ୍ଚ କରାଯାଇଛି । ଘିଅରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସେମାନେ ଅନୁଭବ କରିଥିଲେ । ଏହାକୁ ପରୀକ୍ଷା କରାଯିବା ପରେ ଘିଅରେ ଆଦ୍ରତା ଭାଗ ରହିଥିବାରୁ ଦୁର୍ଗନ୍ଧ ବାହାରୁଥିବା କଟକ ଦୁଗ୍ଧ ସଂଘର ମାର୍କେଟିଂ ଇନ୍‌ଚାର୍ଜ ଲିଙ୍ଗରାଜ ପରିଡ଼ା ପ୍ରେସ ବାର୍ତ୍ତା ମାଧ୍ୟମରେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ