Tuesday, April 7, 2026
22.5 C
Odisha

    ପୂର୍ବ ଖେଳାଳିଙ୍କୁ କମେଣ୍ଟ ମାରିଲେ ଶାଦାବ, ଚୟନ ଉପରେ କହିଲେ ଏମିତି…

    ଆଗକୁ ପଢନ୍ତୁ

    ମ୍ୟାଚ୍ ପରେ ପୂର୍ବତନ ଖେଳାଳିମାନଙ୍କୁ କମେଣ୍ଟ ମାରିଲେ ପାକିସ୍ତାନୀ ଖେଳାଳି। ଏଥିପାଇଁ ଶାଦାବ ଖାନଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ତାଙ୍କ ଭାଷା ପ୍ରତି ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛି ବୋର୍ଡ। ଦଳରେ ତାଙ୍କ ଚୟନକୁ ନେଇ ପ୍ରଶ୍ନ କରୁଥିବା ପୂର୍ବତନ ଖେଳାଳିମାନଙ୍କୁ କଡା ଜବାବ ଦେଇଛନ୍ତି ଶାଦାବ।

    ବୁଧବାର କଲମ୍ବୋରେ ନାମ୍ବିଆ ବିପକ୍ଷରେ ପାକିସ୍ତାନର ୧୦୨ ରନର ବିଜୟ ସମୟରେ ଶାଦାବ ଖାନ ୩୬ ରନ କରିଥିଲେ ଏବଂ ୩ ଓ୍ୱିକେଟ୍ ନେଇଥିଲେ। ଶାଦାବ କହିଥିଲେ, “ପୂର୍ବ କ୍ରିକେଟରମାନଙ୍କର ନିଜସ୍ୱ ମତାମତ ଅଛି। ସେମାନେ କିମ୍ବଦନ୍ତୀ ଥିଲେ, କିନ୍ତୁ ସେମାନେ ମଧ୍ୟ ଆମେ ଯାହା କରିଥିଲୁ, ତାହା ହାସଲ କରିପାରି ନଥିଲେ। ଆମେ ବିଶ୍ୱକପରେ ଭାରତକୁ ପରାସ୍ତ କରିଥିଲୁ।” ଯାହାପରେ ଟିମ୍ ମ୍ୟାନେଜର ନାଭିଦ ଚିମାଙ୍କ ମାଧ୍ୟମରେ ଅଲରାଉଣ୍ଡରଙ୍କୁ ପୂର୍ବତନ ମହାନ ଖେଳାଳିମାନଙ୍କ ବିଷୟରେ ନକାରାତ୍ମକ କଥା ନ କହିବାକୁ ନିର୍ଦ୍ଦେଶ ଦେଇଥିଲା ପିସିବି।

    ରିପୋର୍ଟ ଅନୁଯାୟୀ, ନବୀଦ ଚିମା ବୁଧବାର ରାତିରେ ସାମ୍ବାଦିକ ସମ୍ମିଳନୀରେ ଶାଦାବଙ୍କୁ ଫୋନ୍ କରି କହିଥିଲେ ଯେ ସେ ତାଙ୍କ ସୀମା ପାର କରିଛନ୍ତି। ଶାଦାବ ଜାଣିବା ଉଚିତ ଯେ ତାଙ୍କ ଶ୍ୱଶୁର ସକଲେନ୍ ମୁସ୍ତାକଙ୍କ ସମେତ ସମସ୍ତ ପୂର୍ବତନ ଖେଳାଳି ପାକିସ୍ତାନର ମହାନ ଖେଳାଳି। ଶାଦାବ ସେମାନଙ୍କୁ ସମ୍ମାନ କରିବା ଉଚିତ ଏବଂ ଏପରି ଭାଷା ବ୍ୟବହାର କରିବା ଉଚିତ୍ ନୁହେଁ।” ଚିମାଙ୍କୁ ଅନ୍ୟ ଖେଳାଳିମାନଙ୍କୁ ମ୍ୟାଚ୍ ଉପରେ ସେମାନଙ୍କର ମନ୍ତବ୍ୟ ଉପରେ ଲଗାମ ରଖିବାକୁ ଏବଂ ସୀମା ଭିତରେ ରହି କାମ କରିବାକୁ କୁହାଯାଇଛି। ନଚେତ୍ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ପିସିବି।

    ସେପଟେ ଶାଦାବଙ୍କ ଶ୍ୱଶୁର ସକଲେନ୍ ମୁସ୍ତାକ ମଧ୍ୟ ଶାଦାବଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, “ସେଗୁଡ଼ିକ ଅନାବଶ୍ୟକ ମନ୍ତବ୍ୟ ଥିଲା । ଅଧିକାଂଶ ଖେଳାଳି ମୋ ସହିତ ଖେଳିଥିଲେ। ପ୍ରକୃତରେ, ମୁଁ ସେମାନଙ୍କ ମଧ୍ୟରୁ ଜଣେ ଯିଏ କୌଣସି ଆଇସିସି ଇଭେଣ୍ଟ ଜିତି ନଥିଲେ, କିନ୍ତୁ ଆମେ ପାକିସ୍ତାନ ପାଇଁ ଅନେକ ବଡ଼ ମ୍ୟାଚ୍ ଜିତିଥିବା ସେ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ