Tuesday, March 10, 2026
29 C
Odisha

    ପୂର୍ବ ସାଂସଦ ମିମି ଚକ୍ରବର୍ତ୍ତୀ ଲାଇଭ ଶୋରେ ଅସଦାଚରଣ ଶିକାର ହୋଇଥିବା ଅଭିଯୋଗ, ଥାନାରେ ଦେଲେ ଏଫଆଇଆର

    ଆଗକୁ ପଢନ୍ତୁ

    ଅଭିନେତ୍ରୀ ମୌନୀ ରୟ ଅସଦାଚରଣ ହୋଇଥିବା ଅନୁଭବ ସେୟାର କରିବା ପରେ ବଙ୍ଗାଳୀ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଧ୍ୟ ଅସଦାଚରଣର ଶିକାର ହୋଇଛନ୍ତି । ଅଭିନେତ୍ରୀ ଜଣକ ଗଣତନ୍ତ୍ର ଦିବସ ଅବସରରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ବନଗାଁରେ ଏକ ଇଭେଣ୍ଟ ସମୟରେ ସର୍ବସାଧାରଣ ସ୍ଥାନରେ ଅସଦାଚରଣ ହୋଇଥିବା ଜଣାପଡିଛି ।

    ମିମି ଚକ୍ରବର୍ତ୍ତୀ କହିଛନ୍ତି, ଯେତେବେଳେ ମୁଁ ପରଫର୍ମ କରୁଥିଲି, ହଠାତ୍ ଷ୍ଟେଜ ଛାଡିବାକୁ କୁହାଯାଇଥିଲା । ଏମିତି ବାହାରିବା ବେଳେ ମାଇକ୍ରୋଫୋନରେ ଅପମାନଜନକ କମେଣ୍ଟ କରାଯାଇଥିଲା । ଯାହା ମୋ ସମ୍ମାନ ଏବଂ ସ୍ବାଭିମାନକୁ କ୍ଷତି ପହଞ୍ଚାଇଥିଲା । ଆମେ ଗଣତନ୍ତ୍ର ଦିବସ ପାଳନ କରୁଛେ କିନ୍ତୁସ୍ବାଧୀନତା ଏବଂ ସମାନତା ବିଷୟରେ ଚିନ୍ତା କରୁଛେ, ଏହାସତ୍ତ୍ବେ ମଧ୍ୟ ମହିଳା ଏବଂ କଳାକାରଙ୍କ ସ୍ବାଧୀନତା ଏବଂ ସମ୍ମାନ ସହିତ ଏବେ ବି ବୁଝାମଣା କରାଯାଉଛି । ମୁଁ ଏତେ ବର୍ଷ ମଧ୍ୟରେ ନିଜର ପରିଚୟ ଏବଂ କ୍ୟାରିଅର ନିଜେ ଗଢିଛି ।

    ଘଟଣା ପରେ ମିମି ଥାନାରେ ଏଫଆଇଆର ଦାୟର କରିଛନ୍ତି । ଘଟଣାକୁ ନେଇ ଆୟୋଜକ ସଂସ୍ଥା କହିଛି କି, କାର୍ଯ୍ୟକ୍ରମ ୧ ଘଣ୍ଟା ବିଳମ୍ବରେ ହୋଇଥିଲା । ତେଣୁ ଅଭିନେତ୍ରୀଙ୍କୁ ତରନ୍ତ ମଞ୍ଚରୁ ତଳକୁ ଆସିବାକୁ କୁହାଯାଇଥିଲା ।କାର୍ଯ୍ୟକ୍ରମ ଆୟୋଜକ ଅଜୟ ବନିକଙ୍କ କହିବା ମୁତାବକ, ପ୍ରଶାସନ ନିକଟରୁ ୧୨ ଯାଏଁ ସମୟ ନେଇଥିଲେ । ଆଉ ଅଭିନେତ୍ରୀ ଜଣକ ୧୧.୩୦ରେ ପହଞ୍ଚିଥିଲେ । ଆଉ ୧୨.୪୫ରେ ମଞ୍ଚକୁ ଯାଇଥିଲେ । ତେଣୁ ଏମିତି କହିବାକୁ ପଡିଥିଲା । କିନ୍ତୁ ଆମେ ମଞ୍ଚରୁ ଓହ୍ଲାଇ ଯିବାକୁ କହିଥିଲୁ ସତ କିନ୍ତୁ କୌଣସି ଅପଶବ୍ଦ ବ୍ୟବହାର କରିନଥିଲୁ । ଆଉ ଯଦି କିଛି ଭୁଲ ହୋଇଛି, ତେବେ ଅନୁଷ୍ଠାନ ତରଫରୁ କ୍ଷମା ମାଗୁଛୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    40 %
    2.7kmh
    39 %
    Tue
    31 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ