Saturday, April 11, 2026
27.5 C
Odisha

    ପେଟକୁ ଯିବା ମାତ୍ରେ ପଥର ହୋଇଯାଏ ଏହି ୫ଟି ଖାଦ୍ୟ, ଖାଇବା ପୂର୍ବରୁ ହୋଇଯାଆନ୍ତୁ ସତର୍କ

    ଆଗକୁ ପଢନ୍ତୁ

    ପେଟରେ ହେଉଥିବା ଷ୍ଟୋନକୁ କେବଳ ଅପରେସନ ଦ୍ୱାରା ବାହାର କରାଯାଇଥାଏ। ଏହି ଷ୍ଟୋନ ଖାଦ୍ୟ-ପେୟ ସଠିକ୍ ସମୟରେ ନ ହେବା ଯୋଗୁଁ ହୋଇଥାଏ। କିଛି ଜିନିଷର ସେବନ କରିବାରେ ଷ୍ଟୋନର ବିପଦ ଅଧିକ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

    ଫ୍ୟାଟି ଫୁଡସ୍‌: ଅଧିକ ମାତ୍ରାରେ ଫ୍ୟାଟି ଫୁଡସ୍ ଖାଇବା ଦ୍ୱାରା ପେଟରେ ପଥର ସୃଷ୍ଟି ହୋଇଥାଏ। ଏଥିରେ ତେଲିଆ ଜଳଖିଆ, ଫାଷ୍ଟ ଫୁଡ, ଜଙ୍କ ଫୁଡ ଏବଂ ହେଭି କ୍ରିମ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ।

    ରିଫାଇଣ୍ଡ କାର୍ବସ: ଏଥିରେ ହ୍ୱାଇଟ ବ୍ରେଡ, ପାସ୍ତା, ମ୍ୟାଗି ଆଦି ଖାଦ୍ୟ ଅନ୍ତର୍ଭୁକ୍ତ। ରିଫାଇଣ୍ଡ କାର୍ବୋହାଇଡେଟ୍ସର ସେବନ କରିବାରେ ପେଟରେ ପଥର ହୋଇଥାଏ। ରିଫାଇଣ୍ଡ କାର୍ବସକୁ ଅଧିକ ଖାଇବା ଦ୍ୱାରା ପେଟରେ ଷ୍ଟୋନ ବଢିବାର ବିପଦ ଅଧିକ ରହିଥାଏ।ରେଡ୍ ମିଟ: ରେଡ୍ ମିଟ କାରଣରୁ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଯାଇଥାଏ। ଏହା ପେଟରେ ଷ୍ଟୋନ ହେବାର ବିପଦକୁ ବଢିଥାଏ।

    କୋଲ୍ଡ ଡ୍ରିଙ୍କସ୍‌: ଅଧିକ ମାତ୍ରାରେ ସୁଗାର ଡ୍ରିଙ୍କ ବା କୋଲ୍ଡ ଡ୍ରିଙ୍କସ୍‌ର ସେବନରେ ମଧ୍ୟ ପେଟରେ ଷ୍ଟୋନ ହୋଇଥାଏ। ଅଧିକ ମାତ୍ରାର ମିଠା କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା ଶରୀରରେ ଇନସୁଲିନର ପରିମାଣ ବଢିଥାଏ।

    କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ: ଏହି ଦୁଗ୍ଧ ଜାତୀୟ ଖାଦ୍ୟରେ ଅଧିକ ମାତ୍ରାରେ ଚର୍ବି ରହିଥାଏ। ଯେମିତିକି ଆଇସକ୍ରିମ, ବଟର, ଫୁଲ୍ ଫ୍ୟାଟର କ୍ଷୀର ଖାଇବା ଦ୍ୱାରା ପେଟରେ ଷ୍ଟୋନ ହେବାର ସମ୍ଭାବନା ରହିଥାଏ। ତେବେ ଏହି ଖାଦ୍ୟଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ