Monday, April 14, 2025
27.4 C
Odisha

    ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ମିଳୁଛି ପାଣି, ତାତିଲେ ସ୍ଥାନୀୟ ଲୋକେ

    ଆଗକୁ ପଢନ୍ତୁ

    ବାରିପଦା: ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ମିଳୁଛି ପାଣି । କ’ଣ ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲେ କି? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି ମିଶା ତେଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ରଘୁନାଥପୁର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ । ଯାହାକୁ ନେଇ ତାତିଛନ୍ତି ଲୋକେ । ବାରିପଦା ତକତ୍ପୁର ଅଞ୍ଚଳର ଜଣେ ଯୁବକ ସବୁଦିନ ଏହି ପେଟ୍ରୋଲ ପମ୍ପରୁ ତେଲ ପକାନ୍ତି । ଗତକାଲି ମଧ୍ୟ ସେହି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇଥିଲେ ।

    ମାତ୍ର କିଛି ଦୂର ଯିବା ପରେ ତାଙ୍କ ବାଇକ୍ ବନ୍ଦ ହୋଇଯାଇଥିଲା । ପେଟ୍ରୋଲ ଥିଲା ହେଲେ ଗାଡି ବନ୍ଦ ହୋଇଗଲା । ସେଥିପାଇଁ ଯୁବକ ଜଣକ ଭାବିଲେ ବୋଧ ହୁଏ ତାଙ୍କ ଗାଡ଼ିରେ କିଛି ଅସୁବିଧା ହୋଇଛି । ଯାହାପରେ ସେ ବାଇକ୍ ନେଇ ତୁରନ୍ତ ଗ୍ୟାରେଜକୁ ଯାଇଥିଲେ । ହେଲେ ସେଠାରେ ଦେଖିଲା ବେଳକୁ ଟାଙ୍କିରେ ପାଣି ଭର୍ତ୍ତି ହୋଇଛି । ଯୁବକ ଜଣକ ସେହି ପେଟ୍ରଲ ପମ୍ପକୁ ଆସି ଏକ ବୋତଲରେ ପେଟ୍ରୋଲ ଭର୍ତ୍ତି କରିଥିଲେ । ମାତ୍ର ଦେଖିବା ବେଳକୁ ପେଟ୍ରୋଲ କମ୍ ଓ ପାଣି ଅଧିକ ଥିବା ଦେଖିବାକୁ ମିଳିଥିଲା ।

    ଯାହାକୁ ନେଇ ତାତିଥିଲେ ସ୍ଥାନୀୟ ଲୋକେ । କିଛି ସମୟ ପାଇଁ ପେଟ୍ରୋଲ ପମ୍ପରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ପେଟ୍ରୋଲ ପମ୍ପକୁ ବନ୍ଦ କରିଦେଇଥିଲେ ସ୍ଥାନୀୟ ଲୋକେ । ସଠିକ ଯାଞ୍ଚ ପରେ ହିଁ ପେଟ୍ରୋଲ ପମ୍ପ ଖୋଲିବାକୁ ଦାବି କରିଥିଲେ ଲୋକେ । ତେବେ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ସମାନ ପେଟ୍ରୋଲ ପମ୍ପରେ ଏଭଳି ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାହକ । ଅନ୍ୟପଟେ ପେଟ୍ରୋଲ ଯାଞ୍ଚ କରି ଦେଖିବେ ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ କହିଛନ୍ତି ।

    ତେବେ ପେଟ୍ରୋଲ ପମ୍ପରେ ଯଦି ଏଭଳି ହେରଫେର ହେବ ତେବେ ସାଧାରଣ ଲୋକେ କାହାକୁ ବିଶ୍ୱାସ କରିବେ! ତେଣୁ ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ନିହାତି ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    59 %
    2.8kmh
    94 %
    Mon
    28 °
    Tue
    38 °
    Wed
    38 °
    Thu
    39 °
    Fri
    44 °

    ସମ୍ବନ୍ଧିତ